ଜାଣନ୍ତୁ ଏକୁଟିଆ ରହିବାକୁ ଚାହୁଁଥିଲେ...

ଜାଣନ୍ତୁ ଏକୁଟିଆ ରହିବାକୁ ଚାହୁଁଥିଲେ...

ଜାପାନର ଗବେଷକଦଳ ବିଶ୍ୱସ୍ତରର ପ୍ରାୟ ୯୦ ହଜାର ପରିବାରକୁ ଅନ୍ତର୍ଭୁକ୍ତ କରି ଏକ ଗବେଷଣା କରିଥିଲେ । ଦେଶବିଦେଶରେ ରହୁଥିବା ଏଇ ପରିବାରଙ୍କ ମଧ୍ୟରେ ୨%ରୁ କମ ଲୋକେ ନିଜ ପରିବାର ସହିତ ରହୁଥିଲେ । ପରିବାର ବୋଇଲେ ଶାଶୂ ଶ୍ୱଶୁର ପୁଅ-ବୋହୂ,ନାତି- ନାତୁଣୀ । ଅନ୍ୟ ୯୮% ପରିବାରରେ କେବଳ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ପିଲା ଅନ୍ତର୍ଭୁକ୍ତ । ବୟସ୍କ ପିଢି ଏ ବାବଦରେ ମତ ରଖିଥିଲେ ଯେ ବୟସ ଥିବା ସମୟରେ ଓ ରୋଜଗାର ଭଳଥିବାବେଳେ ଆମେ ଅଲଗା ରହିବାକୁ ଚାହୁଁ । ଘରଠାରୁ ଦୂରରେ ସ୍ୱାମୀ –ସ୍ତ୍ରୀ ଓ ପିଲାଙ୍କ ଗହଣରେ ହସଖୁସିରେ ସମୟ କିଭଳି ଅତିବାହିତ ହୁଏ, ତାହା ଜଣାପଡେନି । ଏଇ ବର୍ଗର ଲୋକେ ମଧ୍ୟ ଘରର ଦାୟିତ୍ୱ ନେବାକୁ ଚାହାନ୍ତିନାହିଁ । ପରିବାର ସହ ରହୁଥିବା ଲୋକେ କିନ୍ତୁ ସବୁ କାମରେ ବେଶ ଅଭ୍ୟସ୍ତ ହୋଇଯାନ୍ତି । ଏକୁଟିଆ ରହିବାକୁ ଚାହୁଥିବା ଏଇ ଲୋକମାନେ ଭବିଷ୍ୟତରେ ରୋଗଗ୍ରସ୍ତ ହୋଉଥିବାର ଗବେଷକଙ୍କ ମତ । ୧୬-୬୪ ବର୍ଷ ବୟସ୍କ ଏଇଭଳି ବର୍ଗର ଲୋକମାନେ ମାନସିକ ରୋଗରେ ଆକ୍ରାନ୍ତ ହେଉଥିବାର ଦେଖାଯାଇଛି । ଏକ ଲମ୍ବା ସମୟ ଏକୁଟିଆ ରହିବା ପରେ ପରବର୍ତୀ ସମୟରେ ସେମାନେ ଅନ୍ୟ କାହା ସହ ମିଳିମିଶି ମଧ୍ୟ ଚଳିପାରନ୍ତି ନାହିଁ ।