ଛତିଶଗଡ ରାୟପୁରରେ ୧୧ ଦିନିଆ ଲକଡାଉନ

ଛତିଶଗଡ ରାୟପୁରରେ ୧୧ ଦିନିଆ ଲକଡାଉନ

 ଛତିଶଗଡ ରାୟପୁରରେ ୧୧ ଦିନିଆ ଲକଡାଉନ
ଭୁବନେଶ୍ୱର: ଦେଶରେ ଚାଲିଛି କରୋନାର ସଂକ୍ରମଣର ଦ୍ୱିତୀୟ ଢେଉ । ଏହି ଦିନ ଢେଉ ବେଶି ଜୋରେ ମାଡି ଚାଲିଛି । କରୋନାର ପ୍ରଥମ ଲହର ଠାରୁ କରୋନା ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ମାଡି ମାଡି ଲାଗିଛି । ଆଜି ଦେଶରୁ ୧ ଲକ୍ଷ ୧୫ ହଜାର ୭୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓଡିଶା ରାଜ୍ୟରେ ମଧ୍ୟ ୭୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ଆସିଲା ବଡ ଖବର । ଛତିଶଗଡର ରାୟପୁରରେ ୧୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ଘୋଷଣା କଲେ ଛତିଶଗଡ ସରକାର । ଏହି ମାସ ୯ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ଯାଏଁ ଲକଡାଉନ ଲାଗୁ ରହିବ ।