କୋଟିଆ ମାମଲା ନେଇ ସୁପ୍ରିମକୋର୍ଟରେ ପିଟିସନ

କୋଟିଆ ମାମଲା ନେଇ ସୁପ୍ରିମକୋର୍ଟରେ ପିଟିସନ

 କୋଟିଆ ମାମଲା ନେଇ ସୁପ୍ରିମକୋର୍ଟରେ ପିଟିସନ
ପଟାଙ୍ଗି: କୋରାପୁଟ ଜିଲା ପଟାଙ୍ଗି ବ୍ଲକ୍‌ କୋଟିଆ ଗ୍ରାମପୁଞ୍ଜର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ; କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ କୋର୍ଟ ଅବମାନନା ଅଭିଯୋଗ ଉଠାଇ ଓଡ଼ିଶା ସରକାର ପିଟିସନ୍‌ ରୁଜୁ କରିଛନ୍ତି। ତେବେ ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାର ପିଟିସନ ଦାୟର ହୋଇଛି । ଏହାବ୍ୟତୀତ କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ମଧ୍ୟ ପିଟିସନ୍‌ ଦାଖଲ କରାଯାଇଛି। ଭାରତୀୟ ବିକାଶ ପରିଷଦ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି। ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏଥିରେ ନିବେଦନ କରାଯାଇଛି। ଆନ୍ଧ୍ର କରୁଥିବା ନିର୍ବାଚନ ବନ୍ଦ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ବିକାଶ ପରିଷଦ ଆବେଦନ କରିଛି। ଏଥିରେ ଗୃହ ଓ ରାଜସ୍ୱ ସଚିବ ତଥା ତିନି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ସେପଟେ ସଂପୃକ୍ତ ଅଞ୍ଚଳରେ ବିବାଦ ରହିଛି। ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି। ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି କରିଛନ୍ତି । ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି ନିର୍ବାଚନ ହେଉଛି। ସୁପ୍ରିମକୋର୍ଟକୁ ମାମଲା ଯିବା ବେଳକୁ ସେଠାରେ ନିର୍ବାଚନ କରୁଥିଲୁ । ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି କରିଥିବାରୁ ନିର୍ବାଚନ ହୋଇପାରିବ । ଓଡ଼ିଶା ସରକାର ଆନ୍ଧ୍ରର ଅଧିକାର ଛଡ଼ାଇବାକୁ ଚେଷ୍ଟା କରୁଛି। ଏହି ପ୍ରସଙ୍ଗରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବସାଇ ଆନ୍ଧ୍ର ରାଜ୍ୟପାଳ ଆଲୋଚନା କରନ୍ତୁ । ଉଭୟ ମୁଖ୍ୟମନ୍ତ୍ରୀ ଏକାଠି ହୋଇ ମାମଲାର ସମାଧାନ କରିବା ଉଚିତ। କୋଟିଆ ଅଧିବାସୀ ବହୁତ ଭାଗ୍ୟବାନ । ସେମାନେ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସୁବିଧା ପାଉଥିବା ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ ରାଜାନ୍ନା ଦୋରା କହିଛନ୍ତି ।