ହିଞ୍ଜିଳିରେ ୨୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିରେ ୨୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିରେ ୨୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
ହିଞ୍ଜିଳିକାଟୁ: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନିଜ ନିର୍ବାଚନମଣ୍ଡଳୀ ତଥା ହିଞ୍ଜିଳିକାଟୁ ମ୍ୟୁନିସିପାଲଟିରେ ପ୍ରାୟ ୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ଟି ପ୍ରକଳ୍ପ ଉଦ୍‌ଘାଟନ କରିବେ । ସେଥିମଧ୍ୟରେ ରହିଛି ୧୬ କୋଟି ୭୭ ଲକ୍ଷ ଟଙ୍କାରେ ନିର୍ମିତ ଉପଖଣ୍ଡ ଡାକ୍ତରଖାନା, ୩.୨୧ କୋଟି ଟଙ୍କାରେ ନିର୍ମିତ ବସ୍‌ ଟର୍ମିନାଲ୍‌, ୧.୬୨ କୋଟି ଟଙ୍କାର ହିଞ୍ଜିଳିକାଟୁ ନେତାଜୀ ପାର୍କ, ୧.୧୩ କୋଟି ଟଙ୍କାର ମାଛ ମାଂସ ବଜାର, ୧.୦୨ କୋଟି ଟଙ୍କାର ମ୍ୟୁନିସିପାଲଟିର ବର୍ଦ୍ଧିତ ଅଫିସ୍‌ କୋଠା । ଏଥିସହ ଆର୍‌ଏମ୍‌ସି ଓ ପୌରପାଳିକାର ବଜାର ଗୃହ, ପୌର ଅତିଥି ଭବନ, ପରିବା ବଜାର ଭେଣ୍ଡିଂ ଜୋନ୍‌, ଆର୍‌ଏମ୍‌ସି ଇ-ନାମ ଓ ଲାବ୍‌ ଗୃହ, ବରିଷ୍ଠ ନାଗରିକଙ୍କ ଚିତ୍ତ ବିନୋଦନ କେନ୍ଦ୍ର, ମିନି ଶୀତଳ ଭଣ୍ଡାର, ୨ଟି ମିନି କଲ୍ୟାଣ ମଣ୍ଡପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ଏଥିରୁ କିଛି ପ୍ରକଳ୍ପ ବହୁ ଦିନ ଧରି ନିର୍ମାଣ ସରିଥିଲେ ମଧ୍ୟ କରୋନା ମହାମାରୀ ହେତୁ ଉଦ୍‌ଘାଟନ ହୋଇପାରି ନଥିଲା । ଗୁରୁବାର ଅନ୍‌ଲାଇନ୍‌ ଉଦ୍‌ଘାଟନ ସକାଶେ ନବନିର୍ମିତ ବସ୍‌ ଟର୍ମିନାଲ୍‌ରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ବରିଷ୍ଠ ମନ୍ତ୍ରୀ, ଆସିକା ସାଂସଦଙ୍କ ସମେତ ଜିଲ୍ଲାର ବହୁ ବିଧାୟକ ଓ ନେତୃମଣ୍ଡଳୀ ଉପସ୍ଥିତ ରହିବେ । ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍‌ ତଥା ସହରାଞ୍ଚଳର ଜନ ପ୍ରତିନିଧିମାନେ ଯୋଗ ଦେବେ ।