ଦାନ୍ତ ପାଇଁ ଦନ୍ତାକୁ ହତ୍ୟା

ଦାନ୍ତ ପାଇଁ ଦନ୍ତାକୁ ହତ୍ୟା

ଦାନ୍ତ ପାଇଁ ଦନ୍ତାକୁ ହତ୍ୟା
ଢେଙ୍କାନାଳ: ଗତ ୯ ତାରିଖ ଦିନ ଏକ ଦନ୍ତାହାତୀକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ହାତୀକୁ ଗୁଳି କରି ମରାଯାଇଥିବା ଡିଏଫଓ ପ୍ରକାଶ ଚାନ୍ଦ ରେଗୀନେନି ସୂଚନା ଦେଇଛନ୍ତି । ଦନ୍ତା ହାତୀଙ୍କୁ ହତ୍ୟା କରି ଦୁଦୃର୍ତମାନେ ଦାନ୍ତ ଲୁଟି ନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ହାତୀର ମୃତଦେହ ହିନେ୍ଦାଳ ରେଞ୍ଜ କନ୍ଧରା ଜଙ୍ଗଲ ଭେଜିଆରୁ ମିଳିଥିଲା । ପୋଷ୍ଟମର୍ଟମ ପରେ ଗତକାଲି ଦନ୍ତାହାତୀର ମୃତଦେହକୁ ପୋତା ଯାଇଛି । ହିନେ୍ଦାଳ-ନରସିଂହପୁର ସୀମାନ୍ତ ଘଂଚ ହାତୀକୁ ହତ୍ୟା କରାଯାଇଥିଲା ।