ରାଜ୍ୟରେ ପ୍ରଥମ ଡୋଜ ଟିକାକରଣ ଅବଧି ବଢ଼ିଲା

ରାଜ୍ୟରେ ପ୍ରଥମ ଡୋଜ ଟିକାକରଣ ଅବଧି ବଢ଼ିଲା

ରାଜ୍ୟରେ ପ୍ରଥମ ଡୋଜ ଟିକାକରଣ ଅବଧି ବଢ଼ିଲା
ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ୟ୍ୟାୟ ବୁଧବାର ସୁଦ୍ଧା ଶେଷ ହୋଇଥାନ୍ତା। ହେଲେ ଏପର୍ୟ୍ୟନ୍ତ ସରକାରଙ୍କ ଲକ୍ଷ୍ୟଧାର୍ୟ୍ୟ ପୂରଣ ହୋଇନାହିଁ। ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧାଙ୍କୁ ମିଶାଇ ଟିକାକରଣ ହାର ରେକର୍ଡ ପରିମାଣ ଛୁଇଁଥିଲେ ହେଁ , ଏପର୍ୟ୍ୟନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ହାର ୮୦ପ୍ରତିଶତରେ ରହିଛି। ଏହି ହାରକୁ ଶତପ୍ରତିଶତ କରିବା ଲାଗି ସ୍ୱାସ୍ଥ୍ୟବିଭାଗ ଗୁରୁତ୍ୱ ଦେଇଛି। ଏନେଇ ଆଜି ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦର୍ଶାଇଛନ୍ତି ଯେ କୋଭିଡ଼ ଟିକାକରଣ ଏକ ଜରୁରୀ କାର୍ୟ୍ୟ। ଏଥିରେ ଅବହେଳା ଆଦୌ ବରଦାସ୍ତ କରାଯିବ ନାହିଁ। ଜିଲାସ୍ତରରୁ ଯେଉଁ ଟାର୍ଗେଟ ଆସିଥିଲା ତାହା ଅଦ୍ୟାବଧି ପୂରଣ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପ୍ରଥମଡୋଜ ଟିକାକରଣ କାର୍ୟ୍ୟକୁ ଆଉ ୩ଦିନ ବୃଦ୍ଧି କରାଯାଇଛି। ଏହି କାର୍ୟ୍ୟକ୍ରମ ଆସନ୍ତା ୧୩ ପର୍ୟ୍ୟନ୍ତ ଚାଲିବ। ୧୫ରୁ ଦ୍ୱିତୀୟ ଡୋଜ ଟିକାକରଣ କରାଯିବ। ଏଥିପାଇଁ ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରି ସରକାରଙ୍କୁ ଅବଗତ କରାଇବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।