ଅର୍ଚ୍ଚନା ନାଗ ମାମଲା : ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି
ଅର୍ଚ୍ଚନା ନାଗ ମାମଲା : ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ଏବେ ନୂଆ ମୋଡ଼ ନେଇଛି । ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। କ୍ରମାଗତ ଦ୍ଵିତୀୟ ଦିନ ପାଇଁ ସେ ଇଡିରେ ହାଜର ହୋଇଛନ୍ତି। ପ୍ରଥମ ଦିନ ଇଡିର ଅଧିକାରୀ ଶ୍ରଦ୍ଧାଞ୍ଜଳିଙ୍କୁ ଦୀର୍ଘ ୧୪ ଘଣ୍ଟା ଧରି ଜେରା କରିଥିଲେ। ଏହି ସମୟରେ ସେ ଏହି ହାଇ ପ୍ରୋଫାଇଲ୍ ମାମଲାରେ ଅନେକ ଗୁମର ଖୋଲିଥିବା କୁହାଯାଉଛି।
ଗୁରୁବାର ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ତଥା କାର୍-ସୋ ରୁମ୍ ମାଲିକ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଥିଲେ । ତାଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା । ଅର୍ଚ୍ଚନା ମାମଲା ଇଡି ନେଲା ପରେ ଆର୍ଥିକ କାରବାର ନେଇ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ଜଣାପଡ଼ିଥିଲା ଅର୍ଚ୍ଚନାର ଆକାଉଣ୍ଟକୁ ‘ଏମ୍ପିୟର ପ୍ରେଷ୍ଟିଜ୍’ ଆକାଉଣ୍ଟକୁ ୩୦ ଲକ୍ଷରୁ ଅଧିକ ଟଙ୍କା ଆସିଛି । ଯାଞ୍ଚ ସମୟରେ ଜଣାପଡ଼ିଥିଲା ‘ଏମ୍ପିୟର ପ୍ରେଷ୍ଟିଜ୍’ ମାଲିକ ହେଉଛନ୍ତି ଗଙ୍ଗାଧର ସାମଲ । ଏଣୁ ଇଡି ଗତ ସପ୍ତାହରେ ଗଙ୍ଗାଧରଙ୍କୁ ନୋଟିସ୍ କରିଥିଲା ।




admin 