ଅନ୍ଧ ବିଶ୍ୱାସ, ମୁଣ୍ଡ ବିନ୍ଧା ପାଇଁ ଦେଲେ ଚେଙ୍କ
ଅନ୍ଧ ବିଶ୍ୱାସ, ମୁଣ୍ଡ ବିନ୍ଧା ପାଇଁ ଦେଲେ ଚେଙ୍କ
କେନ୍ଦୁଝର: ଚେଙ୍କ ଭଳି କୁତ୍ସିତ ଅନ୍ଧବିଶ୍ୱାସ ଏବେ ମଧ୍ୟ ଗାଁ ଗାଁ ରେ ପ୍ରଚଳିତ । ଏତେ ସଚେତନତା ପରେ ମଧ୍ୟ ଅନ୍ଧବିଶା୍ୱସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଜଣେ ମହିଳା କିଛି ଦିନ ହେବ ମୁଣ୍ଡ ବିନ୍ଧିବା କାରଣରୁ ଡ଼ାକ୍ତରଖାନାକୁ ଯାଇଥିଲେ । ମାତ୍ର ଡ଼ାକ୍ତର ଦେଇଥିବା ଔଷଧ କାମ କରିନଥିଲା । ଫଳରେ ସେ ମୁଣ୍ଡରେ ଚେଙ୍କ ନେଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ରତନପୁର ଗ୍ରାମର ଜାନୀ ମୁଣ୍ଡାଙ୍କର ମକର ସଂକ୍ରାନ୍ତି ପୂର୍ବରୁ ପ୍ରବଳ ମୁଣ୍ଡ ବିନ୍ଧା ହେଉଥିଲା । ଡ଼ାକ୍ତର ତାଙ୍କୁ ଔଷଧ ଦେଇଥିଲେ । ମାତ୍ର ସେଇ ଔଷଧରେ ମଧ୍ୟ ତାଙ୍କର ମୁଣ୍ଡ ବିନ୍ଧା କମିନଥିଲା । ମୁଣ୍ଡ ବିନ୍ଧାରୁ ରକ୍ଷା ପାଇବା ପାଇଁ କେହି ଜଣେ ତାଙ୍କୁ ଚେଙ୍କ ନେବାକୁ ପରାମର୍ଶ ଦେଇଥିଲେ । ଫଳରେ ଜଙ୍ଗଲରେ ମିଳୁଥିବା ଏକ ଭାଲିଆ ଫଳକୁ ଗରମ କରି ଲୁହା କଣ୍ଟାରେ ସେ ନିଜର କପାଳରେ ଚେଙ୍କ ନେଇଥିଲେ । ଚେଙ୍କ ନେବା ପରେ କପାଳର ଚର୍ମ ପୋଡ଼ି ଫୋଟକା ହୋଇଯାଇଥିଲା ।




admin 