‘ଦି କାଶ୍ମୀର ଫାଇଲ୍‌ସ’ ଦେଖିବାକୁ ଛୁଟି ଘୋଷଣା କଲେ ଏହି ରାଜ୍ୟ ସରକାର

‘ଦି କାଶ୍ମୀର ଫାଇଲ୍‌ସ’ ଦେଖିବାକୁ ଛୁଟି ଘୋଷଣା କଲେ ଏହି ରାଜ୍ୟ ସରକାର

‘ଦି କାଶ୍ମୀର ଫାଇଲ୍‌ସ’ ଦେଖିବାକୁ ଛୁଟି ଘୋଷଣା କଲେ ଏହି ରାଜ୍ୟ ସରକାର

 ଗୌହ୍ବାଟୀ: ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖିବାକୁ ଆସାମ ସରକାର ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସମସ୍ତ ସରକାରୀ କର୍ମଚାରୀଙ୍କ ଲାଗି ଏକ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀଙ୍କୁ ହାଫ୍ ଡେ ଛୁଟି ମିଳିବ ବୋଲି ଏକ ଟ୍ବିଟ୍ ଜରିଆରେ ସେ ସୂଚନା ଦେଇଛନ୍ତି। କର୍ମଚାରୀମାନେ ଛୁଟି ନେଇ ଚଳଚ୍ଚିତ୍ରଟିକୁ ଦେଖିପାରିବେ ଓ ପରଦିନ ସେମାନଙ୍କୁ ଅଫିସ୍ରେ ଟିକେଟ୍ ଦେଖାଇବାକୁ ହେବ ବୋଲି କୁହାଯାଇଛି।

ମୁଖ୍ୟମନ୍ତ୍ରୀ ବିଶ୍ବ ଶର୍ମା ଏକ ସ୍ଥାନୀୟ ଥିଏଟର୍ରେ ତାଙ୍କର କ୍ୟାବିନେଟ୍ ସହଯୋଗୀ ଓ ଦଳୀୟ ସଦସ୍ୟଙ୍କ ସହ ଫିଲ୍ମଟିକୁ ଦେଖିବା ପରେ ଏହି ଘୋଷଣା କରିଛନ୍ତି। ପୂର୍ବରୁ ମଧ୍ୟ ଏହି ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ବହୁ ନେତା ପରାମର୍ଶ ଦେଇଛନ୍ତି।

 

ମଙ୍ଗଳବାର ବିଜେପିର ସଂସଦୀୟ ଦଳ ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚଳଚ୍ଚିତ୍ର ଦେଖିବାକୁ କହିଥିଲେ। ଅନ୍ୟ କେତେକ ରାଜ୍ୟର ସରକାର ଚଳଚ୍ଚିତ୍ରଟି ଉପରେ ଟିକସ ଛାଡ଼ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ରେ ଅନୁପମ ଖେର୍, ମିଥୁନ୍ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲବୀ ଯୋଶୀ, ଚିନ୍ମୟ ମାନ୍ଦଲେକର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ବିବେକ ଅଗ୍ନିହୋତ୍ରୀ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ଅଛନ୍ତି। ସୌରଭ୍ ଏମ୍ ପାଣ୍ଡେ ଓ ବିବେକ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ରର କାହାଣୀକୁ ଲେଖିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ମାତା ବିବେକ ଅଗ୍ନିହୋତ୍ରୀ, ଅଭିଷେକ ଅଗ୍ରଓ୍ଵାଲ ଓ ପଲ୍ଲବୀ ଯୋଶୀ।