ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍
ଅମୃତସର: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଗୱନ୍ତ ସିଂହ ମାନ୍। ସହିଦ ଭଗବତ ସିଂହଙ୍କ ଜନ୍ମଭୂମି ଖଟକରା କଲାନର ଏକ ସ୍ପତନ୍ତ୍ର ମଞ୍ଚରେ ମାନ୍ ଶପଥ ଗ୍ରହଣ କରିଛନ୍ତି। ଶପଥ ନେବା ପରେ ଆଜିଠାରୁ ହିଁ ସରକାର କାମ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଗୋଟିଏ ଦିନ ବି ନଷ୍ଟ କରିବାର ନାହିଁ। ପଞ୍ଜାବ ଲାଗି ଅନେକ କିଛି କାମ କରିବାର ବାକି ରହିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବିଜୟକୁ ନେଇ ଅହଂକାର କରିବାର ନାହିଁ। ଲୋକଙ୍କ ପାଇଁ ଜିତିଛୁ, ଲୋକଙ୍କ ପାଇଁ କାମ କରିବାର ଅଛି ବୋଲି ସେ କହିଛନ୍ତି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ଉପସ୍ଥିତିରେ ରାଜ୍ୟପାଳ ବନୱାରିଲାଲ୍ ପୁରୋହିତ ମାନ୍ଙ୍କୁ ପଦ ଓ ଗୋପୀନୟତାର ଶପଥ କରାଇଛନ୍ତି। ଆପ୍ର ବିଧାୟକଙ୍କ ବ୍ୟତୀତ ଏହି ଉତ୍ସବରେ ଅନ୍ୟ କୌଣସି ଦଳର ବିଧାୟକ ଉପସ୍ଥିତ ନଥିବା ଜଣାପଡ଼ିଛି। ତେବେ ଏଥିରେ ସାଧାରଣ ଲୋକଙ୍କ ପ୍ରବଳ ଭିଡ଼ ଥିବା ଦେଖାଯାଇଥିଲା। ସାନଗରର ଏକ ଛୋଟିଆ ଗାଁ ସତୋଜରେ ୧୯୭୩ରେ ଜନ୍ମ ହୋଇଥିବା ମାନ୍ ତାଙ୍କର କ୍ୟାରିୟର୍ ଏକ କମେଡିଆନ୍ ଭାବରେ ଆରମ୍ଭ କରିଥିଲେ। ପରେ ୨୦୧୪ରେ ଆପ୍ରେ ଯୋଗ ଦେଇଥିଲେ।




admin 