‘ଅପରେସନ ସବୁଜ ଜହର’ ୪୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ
‘ଅପରେସନ ସବୁଜ ଜହର’ ୪୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ
ମାଲକାନଗିରି : ମାଲକାନଗିରି ଏସପି ନିତେଶ ୱାଧନୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପୁଲିସ ପକ୍ଷରୁ ‘ଅପରେସନ ସବୁଜ ଜହର’ ଆରମ୍ଭ ହୋଇ ଯାଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ପୁଲୁସ ପକ୍ଷରୁ ତରାବେଢା ଗ୍ରାମ ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷ ଉପରେ ଚଢ଼ଉ କରାଯାଇଥିଲା।
ତରାବେଢା ଜଙ୍ଗଲ ଜମିରେ ହୋଇଥିବା ବେଆଇନ ୪୨ ଏକର ଗଞ୍ଜେଇ ଚାଷ ଉପରେ ଚଢ଼ଉ କରି ୬୩ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରି ଦେଇଛନ୍ତି। ପୁଲିସ ମୁତାବିକ , ଏହାର ମୂଲ୍ୟ ପ୍ରାୟ ୬୧ ଲକ୍ଷ ଟଙ୍କା ହେବ। ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ପାହାଡିଆ ଅଞ୍ଚଳରେ ସହ ସହ ହେକ୍ଟର ସରକାରୀ ଜମିରେ ଗଞ୍ଜେଇ ମାଫିଆ ମାନେ ନିରୀହ ଗ୍ରାମବାସୀଙ୍କ ଦ୍ୱାରା ଗଞ୍ଜେଇ ଚାଷ କରାଉଛନ୍ତି। ଅବକାରୀ ବିଭାଗ ନୀରବ ରହୁଥିବା ବେଳେ କେତେବେଳେ କେମିତି ଥାନା ପୁଲିସ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରିଥାନ୍ତି।




admin 