ବର୍ଷ ଆରମ୍ଭର ପ୍ରଥମ ପର୍ବ ମକର ସଂକ୍ରାନ୍ତି
ବର୍ଷ ଆରମ୍ଭର ପ୍ରଥମ ପର୍ବ ମକର ସଂକ୍ରାନ୍ତି
ବର୍ଷ ଆରମ୍ଭର ପ୍ରଥମ ପର୍ବ ମକର ସଂକ୍ରାନ୍ତି। ଆଜିର ଦିନଟି ଦେଶରେ ଏକ ପାରମ୍ପରିକ ରୀତିରେ ପାଳନ ହୋଇଆସୁଛି। କିନ୍ତୁ ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ର ଭୟାବହାତା ଯୋଗୁଁ ସବୁ ପର୍ଵ ପର୍ବାଣି ବନ୍ଦ ହୋଇଯାଇଛି। କିନ୍ତୁ ମକର ସଂକ୍ରାନ୍ତି ର ଏକ ବିଶେଷ ମହତ୍ଵ ରହିଛି।
ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ ।
ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ପ୍ରତିବର୍ଷ ୧୪ ଜାନୁୟାରୀରେ ମକର ସଂକ୍ରାନ୍ତି ପାଳନ କରାଯାଉଛି । ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।




admin 