୭ ରାଜ୍ୟକୁ ବ୍ୟାପିଲା ବାର୍ଡଫ୍ଲୁ

୭ ରାଜ୍ୟକୁ ବ୍ୟାପିଲା ବାର୍ଡଫ୍ଲୁ

୭ ରାଜ୍ୟକୁ ବ୍ୟାପିଲା ବାର୍ଡଫ୍ଲୁ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶକୁ ମିଶାଇ ଅଦ୍ୟାବଧି ଦେଶରେ ମୋଟ ୭ଟି ପ୍ରଦେଶରେ ବାର୍ଡଫ୍ଲୁ ସଂକ୍ରମଣ ଦେଖାଦେଇଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ସେହିପରି ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ୧୨୦୦ ରୁ ଅଧିକ ପକ୍ଷୀଙ୍କର ମୃତୁ୍ୟ ଘଟିଥିବା ଜଣାଯାଇଛି । ଗତ ଶନିବାର ମହାରାଷ୍ଟ୍ରର ଏକ କୁକୁଡା ଫାର୍ମରେ ୯୦୦ କୁକୁଡାର ମୃତୁ୍ୟ ଘଟିଥିବା ବେଳେ ସେଠାରେ ବାର୍ଡଫ୍ଲୁ ବ୍ୟାପିଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ଦିଲ୍ଲୀ ଓ ଛତିଶଗଡ଼ରୁ ମଧ୍ୟ ପକ୍ଷୀ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ଫଳାଫଳକୁ ଅପେକ୍ଷା କରାଯାଇଛି । ପୂର୍ବରୁ ଉତ୍ତରପ୍ରଦେଶ ବ୍ୟତୀତ କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିଆଣା ଓ ଗୁଜରାଟରେ ବାର୍ଡଫ୍ଲୁ ସଂକ୍ରମଣ ବ୍ୟାପିଥିବା ସରକାର ନିଶ୍ଚିତ କରିଥିଲେ । ସେହିପରି ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀକୁ ବାହାର ରାଜ୍ୟରୁ କୌଣସି ପ୍ରକାର ଜୀବନ୍ତ ପକ୍ଷୀ ଆମଦାନି ଉପରେ କଟକଣା ଲଗାଇବା ସହ ଗାଜିପୁର ସ୍ଥିତ ରାଜଧାନୀରେ ସବୁଠୁ ବଡ଼ କୁକୁଡା ବଜାରକୁ ଆସନ୍ତା ୧୦ ଦିନ ଯାଏ ବନ୍ଦ ନିଦେ୍ର୍ଧଶ କରିଛନ୍ତି ।