୭ ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସ୍ଥିତିର ସମୀକ୍ଷା କଲେ ମୋଦି

୭ ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସ୍ଥିତିର ସମୀକ୍ଷା କଲେ ମୋଦି

୭ ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସ୍ଥିତିର ସମୀକ୍ଷା କଲେ ମୋଦି
ନୂଆଦିଲ୍ଲୀ : କରୋନାର ବର୍ଦ୍ଧିତ ପ୍ରଭାବ କାରଣରୁ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ବାଧିକ ଆକ୍ରାନ୍ତ ରହିଥିବା ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ରିଲିଫ ପାଣ୍ଠିର ୫୦ ପ୍ରତିଶତ ଅର୍ଥ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ବ୍ୟବହାର କରି ପାରିବେ ବୋଲି ମୋଦି କହିଛନ୍ତି । ପୂର୍ବରୁ ରାଜ୍ୟ ମାନେ ୩୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ବ୍ୟବହାର କରି ପାରୁଥିଲେ ।ଏହି ରାଜ୍ୟ ମାନଙ୍କରେ ଦେଶର ୬୩ ପ୍ରତିଶତ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ୬୫.୫ ପ୍ରତିଶତ ରହିଛନ୍ତି । ସେହିପରି ଦେଶରେ ସମୁଦାୟ ମୃତ୍ୟୁର ୭୭ ପ୍ରତିଶତ ଏହି ରାଜ୍ୟ ମାନଙ୍କରେ ଘଟିଛି । ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ପ୍ରତି ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇ କରୋନା ନିୟନ୍ତ୍ରଣର ସମୀକ୍ଷା କରିଥିଲେ ।