୬ ବର୍ଷ ପରେ ଏକ ନମ୍ବର ସ୍ଥାନରେ ଟିମ୍‌ ଇଣ୍ଡିଆ

୬ ବର୍ଷ ପରେ ଏକ ନମ୍ବର ସ୍ଥାନରେ ଟିମ୍‌ ଇଣ୍ଡିଆ

୬ ବର୍ଷ ପରେ ଏକ ନମ୍ବର ସ୍ଥାନରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଦିନିକିଆକୁ ମୂଳପୋଛ କରିବା ପରେ  ତୃତୀୟ ତଥା ଅନ୍ତିମ ଟି-୨୦କୁ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୧୭ ରନ୍ରେ ଜିତି ନେଇଛି। ଫଳରେ ଟି-୨୦ ସିରିଜ୍କୁ ମଧ୍ୟ ୩-୦ରେ କ୍ଲିନ ସୁଇପ କରିଛି।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ କ୍ଲିନ ସୁଇପ ପରେ ଭାରତ ଆଇସିସି ଟିମ୍ ରାଙ୍କିଂରେ ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଶେଷ ଟି-୨୦ ପୂର୍ବରୁ ଭାରତ ୧ନଂ ସ୍ଥାନରେ ଥିବା ଇଂଲଣ୍ଡ ଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ଥିଲା। ଇଂଲଣ୍ଡ ପାଖରେ ୨୬୯ ପଏଣ୍ଟ ଥିବା ବେଳେ ଭାରତ ୨୬୮ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା। ରବିବାର ରାତିରେ ଭାରତ ଜିତିଥିବାରୁ ୧ନଂ ସ୍ଥାନ ଦଖଲ କରି ନେଇଛି। ଆଜି ଆଇସିସି ମଧ୍ୟାହ୍ନ ସମୟରେ ଏନେଇ ତାଲିକା ଜାରି କରିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ୬ ବର୍ଷ ପରେ ଭାରତ ଟି-୨୦ ରୢାଙ୍କରେ  ୧ନଂ ସ୍ଥାନରେ ପହଞ୍ଚିବାକୁ ସକ୍ଷମ ହୋଇଛି। ଭାରତ ଶେଷଥର ପାଇଁ ୨୦୧୬ ଫେବୃଆରୀ ୧୨ରୁ ୨୦୧୬ ମେ’ ୩ ଯାଏ ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିଲା। ଏହି ସମୟରେ ମହେନ୍ଦ୍ର ସିଂହ ଧୋନି ଭାରତର ଅଧିନାୟକ ଥିଲେ। ଏବେ ରୋହିତଙ୍କ କ୍ୟାପ୍ଟେନଶିପରେ ଭାରତ ୧ନଂ ସ୍ଥାନକୁ ଫେରିବାକୁ ସକ୍ଷମ ହୋଇଛି।

ଅନ୍ୟପକ୍ଷରେ ରୋହିତ ଶର୍ମା ମଧ୍ୟ କ୍ୟାପ୍ଟେନଶିପରେ ନୂଆ ରେକର୍ଡ କରିଛନ୍ତି। ସେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ୩ କିମ୍ବା ତା’ଠାରୁ ଅଧିକ ଟି-୨୦ ସିରିଜକୁ ମୂଳପୋଛ କରିବାରେ ସକ୍ଷମ ହୋଇଛନ୍ତି। ରୋହିତଙ୍କ କ୍ୟାପ୍ଟେନଶିପରେ ଟିମ ଇଣ୍ଡିଆ ପ୍ରଥମେ ୨୦୧୭ରେ ଶ୍ରୀଲଙ୍କା, ୨୦୧୮ରେ ୱେଷ୍ଟଇଣ୍ଡିଜ, ୨୦୨୧ରେ ନ୍ୟୁଜିଲ୍ୟାଣ୍ଡ ଓ ୨୦୨୨ରେ ପୁଣିଥରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ୍ କ୍ଲିନ ସୁଇପ କରିଛି। ସେ ପାକିସ୍ତାନର ସର୍ଫରାଜ ଅହମଦ(୫) ଓ ଆଫଗାନିସ୍ତାର ଅଶଗର ଆଫଗାନ(୪)ଙ୍କ ପରେ ତୃତୀୟ କ୍ୟାପ୍ଟେନ ଭାବେ ଏପରି କ୍ଲିନ ସୁଇପର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।