୫-ଟି ନାଁରେ ଲୋକଙ୍କୁ ଚକମା ଦେଖାଉଛନ୍ତି ନବୀନ ସରକାର

୫-ଟି ନାଁରେ ଲୋକଙ୍କୁ ଚକମା ଦେଖାଉଛନ୍ତି ନବୀନ ସରକାର

୫-ଟି ନାଁରେ ଲୋକଙ୍କୁ ଚକମା ଦେଖାଉଛନ୍ତି ନବୀନ ସରକାର
ଭୁବନେଶ୍ୱର: ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପିଏମଜି ଛକରେ ଧାରଣାରତ ୨ ଜଣ ନାବାଳିକାଙ୍କୁ ଗିରଫ ଘଟଣାରେ ଲେଖାଶ୍ରୀ ସାମନ୍ତସିଂହାର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଅପରାଧ ଘଟାଉଥିବା ବଡ଼ ବଡ଼ ଅପରାଧୀ ଆରାମରେ ଖସିଯାଉଛନ୍ତି । କିନ୍ତୁ ପୁଲିସ ସେମାନଙ୍କୁ ଧରିପାରୁନାହିଁ । ଏଠାରେ ଏକଛତ୍ରବାଦ ଶାସନ ଚାଲିଛି । ପରବନ୍ଦିର ପାଲ ସିଂଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୩୦୭ ଦଫା ଲଗାଇଲା ନାହିଁ । କିନ୍ତୁ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିବା ୨ ନାବାଳିକା ବିରୋଧରେ ୩୦୭ ଦଫା ଲାଗିଲା । ୫-ଟି ନାମରେ ଲୋକଙ୍କୁ ସରକାର ଚକମା ଦେଖାଉଛନ୍ତି । ସରକାର ଛାଇ ଦେଖି ଡରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପୁଲିସ ଆବଶ୍ୟକତା ଠାରୁ ଅଧିକ ପ୍ରତିକ୍ରିୟାଶୀଳ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।