୫ ଟଙ୍କା ଖୁଚୁରାକୁ ନେଇ ଗଣ୍ଡଗୋଳ
୫ ଟଙ୍କା ଖୁଚୁରାକୁ ନେଇ ଗଣ୍ଡଗୋଳ
admin
Mar 24, 2019 - 05:15
Updated: Mar 24, 2019 - 05:15
ସୋର : ୫ ଟଙ୍କା ଖୁଚୁରାକୁ ନେଇ ଗଣ୍ଡଗୋଳ ହୋଇଛି ପେଟ୍ରୋଲ୍ ପମ୍ପରେ । ଯାହାକି ପେଟ୍ରୋଲ୍ ପମ୍ପର କର୍ମଚାରୀମାନେ ତିନି ଜଣ ଯୁବକଙ୍କୁ ଆଣ୍ଠେଇ ଦେବା ଘଟଣା ସୋର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଗତକାଲି ବିଳମ୍ବିତ ରାତିରେ ରିଲାଏନ୍ସ ପେଟ୍ରୋଲ୍ ଟାଙ୍କିରେ ଏହିଭଳିଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱରର ତିନି ଜଣ ଯୁବକ ଗୋଟିଏ ବାଇକ୍ରେ ମାର୍ଗୋଣା ଯାଇଥିଲେ। ରାତିରେ ସେଠାରୁ ଫେରିବା ବେଳେ ଉତ୍ତରେଶ୍ୱର ବଜାର ନିକଟରେ ପେଟ୍ରୋଲ୍ ପମ୍ପରେ ତେଲ ପକାଇଥିଲେ। ସେମାନେ ୯୫ ଟଙ୍କାର ତେଲ ପକାଇଥିଲେ ଓ ୧୦୦ ଟଙ୍କା ଦେଇଥିଲେ। ଉପସ୍ଥିତ ପେଟ୍ରୋଲ୍ ପମ୍ପ କର୍ମଚାରୀ ତାଙ୍କୁ ୫ ଟଙ୍କା ଫେରାଇଥିଲେ। ତେବେ ସେ ୫ ଟଙ୍କିଆ କଏନ ନଦେଇ ୨ଟଙ୍କିଆ ଓ ୧ ଟଙ୍କିଆ କଏନ୍ ଦେଇଥିଲେ। ଉକ୍ତ ଯୁବକମାନେ ଖୁଚୁରା ନ ଦେଇ ୫ ଟଙ୍କିଆ କଏନ୍ଟିଏ ଦେବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ମାରପିଟ ପର୍ୟ୍ୟନ୍ତ ଯାଇଥିଲା। ପେଟ୍ରୋଲ୍ ଟାଙ୍କିର ମାଲିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଦୀର୍ଘ ସମୟ ଧରି ଏହି ତିନି ଯୁବକଙ୍କୁ ସେଠାରେ ଆଣ୍ଠେଇ ଦେଇଥିଲେ।
ସୋର ପୁଲିସ୍ ଖବର ପାଇଁ ସେଠାରେ ପହଞ୍ଚିଥିଲା ଓ ଉକ୍ତ ଯୁବକମାନଙ୍କୁ ଉଦ୍ଧାର କରିଥିଲା।