୫୦ ବର୍ଷ ପରେ ଓଭାଲ୍ରେ ବିଜୟ ପତାକା ଉଡ଼ାଇଲା ଟିମ୍ ଇଣ୍ଡିଆ
୫୦ ବର୍ଷ ପରେ ଓଭାଲ୍ରେ ବିଜୟ ପତାକା ଉଡ଼ାଇଲା ଟିମ୍ ଇଣ୍ଡିଆ

ଓଭାଲ: ପ୍ରଥମ ଥର ପାଇଁ ଇଂଲଣ୍ଡର ଓଭାଲ୍ରେ ଟିମ୍ ଇଣ୍ଡିଆ ବିଜୟ ପତାକା ଉଡ଼େଇଛି। ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ର ଉତ୍କଣ୍ଠାପୂର୍ଣ୍ଣ ପଞ୍ଚମ ଦିବସରେ ବିଜୟ ହାସଲ କରି ଏହି ଗୌରବ ଆଣିଛି ଟିମ୍ ଇଣ୍ଡିଆ। ଫଳରେ ଭାରତ ଏହି ୫ ଟିକିଆ ସିରିଜ୍ରେ ୨-୧ରେ ଆଗୁଆ ହୋଇଛି। ତୃତୀୟ ଟେଷ୍ଟର ଲଜ୍ଜ୍ୟାଜନକ ପରାଜୟର ଗ୍ଲାନିକୁ ଭୁଲି ଉଭୟ ବୋଲିଂ ଓ ବ୍ୟାଟିରେ ଉନ୍ନତ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ଏହି ସଫଳତା ଅର୍ଜନ କରିଛି। ପ୍ରଥମ ଇନିଂସରେ ୯୯ ରନ୍ରେ ପଛୁଆ ଥାଇ ମଧ୍ୟ ଭାରତର ଏହି ଚମତ୍କାର ପ୍ରତ୍ୟାବର୍ତ୍ତନ କ୍ରିକେଟ୍ପ୍ରେମୀଙ୍କୁ ଭରପୂର ମନୋରଂଜନ ଦେଇଛି। ଭାରତ ଏହି ମ୍ୟାଚ୍ରେ ୧୫୭ ରନ୍ରେ ବିଜୟୀ ହୋଇଛି। ୩୬୮ ରନ୍ର ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ୨୧୦ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଉମେଶ ଯାଦବ ଚମତ୍କାର ବୋଲିଂ କରି ୩ ୱିକେଟ୍ ନେଇଥିବା ବେଳେ ୟସପ୍ରିତ୍ ବୁମ୍ରା, ରବୀନ୍ଦ୍ର ଜାଦେଜା ଓ ସାର୍ଦୁଳ ଠାକୁ ପ୍ରତ୍ୟେକ ୨ ୱିକେଟ୍ ନେଇଥିଲେ। ସେହିପରି ଦ୍ବିତୀୟ ଇନିଂସରେ ଚମତ୍କାର ବ୍ୟାଟିଂ କରି ଓପନର ରୋହିତ ଶର୍ମା ୧୨୭ ରନ୍ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ପୂଜାରା ୬୧, ପନ୍ତ ୫୦ ଓ ସାର୍ଦୁଳ ଠାକୁରଙ୍କ ୬୦ ରନ୍ର ଅବଦାନ ରହିଛି। ୩୬୮ ରନ୍ର ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ଦ୍ବିତୀୟ ଇନିଂସରେ ଓପନର ରୋନି ବର୍ଣ୍ଣ ୫୦ ଓ ହାସିବ୍ ହମିତ ୬୩ ରନ୍ କରିଥିଲେ। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ପୂରା ଇଂଲଣ୍ଡ ଦଳ ଧରାଶାୟୀ ହୋଇଥିଲେ। ଫଳରେ ଓଭାଲ୍ରେ ୫୦ ବର୍ଷ ପରେ ଭାରତ ବିଜୟ ଇତିହାସ ରଚିବାରେସମ୍ଭବ ହୋଇଥିଲା। ପ୍ରଥମ ଇନିଂସରେ ଭାରତ ୧୯୧ ରନ୍ କରଥିବା ବେଳେ ଇଂଲଣ୍ଡ ୨୯୦ ରନ୍ କରି ୯୯ ରନ୍ର ଅଗ୍ରଣୀ ଲାଭ କରିଥିଲା। ମାତ୍ର ଏହି ଅଗ୍ରଣୀକୁ ଭାରତ ଅତିକ୍ରମ କରି ଇଂଲଣ୍ଡ ଆଗରେ ବଡ଼ ଲକ୍ଷ୍ୟ ରଖିବାରେ ସକ୍ଷମ ହୋଇଥିଲା। ଭାରତର ଏହି ଚମତ୍କାର ବଜୟ ଯୋଗୁଁ ବହୁ ପୂର୍ବତନ ଖେଳାଳି ଟ୍ବିଟ୍ରେ ଭାରତର ଭରପୂର ପ୍ରଶଂସା କରିଛନ୍ତି।