୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ

୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ

୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ: ଏବର୍ଷ ନିଟ୍ ପରୀକ୍ଷା ସ୍ଥଗିତ ରହିଲା । ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଅତିକମରେ ୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତି ହୋଇଛି । ମେଡିକାଲ ଛାତ୍ର କରୋନା ଡୁ୍ୟଟିରେ ନିୟୋଜିତ ହେବେ । ଏମବିବିଏସ ଅନ୍ତିମ ବର୍ଷର ଛାତ୍ର କୋଭିଡ ଡୁ୍ୟଟିରେ ନିୟୋଜିତ ହେବେ । ନିୟୋଜିତ ଡାକ୍ତରୀ ଛାତ୍ରଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧୀକ ମିଳିବ । ବିଏସସି/ଜିଏନଏମ ଛାତ୍ରୀଙ୍କୁ କୋଭିଡ୍ ନର୍ସିଂ ଡୁ୍ୟଟିରେ ସାମିଲ କରାଯିବ । ଶହେ ଦିନ କୋଭିଡ ଡୁ୍ୟଟି କରିଥିବା ଚିକିତ୍ସାକର୍ମୀଙ୍କୁ ସମ୍ମାନିତ କରାଯିବ । କୋଭିଡ ଜାତୀୟ ସେବା ସମ୍ମାନରେ ସମ୍ମାନିତ କରାଯିବ ।