ଭାରତକୁ ଋଷ ଦେଲା ଦେଢ ଲକ୍ଷ ସ୍ପୁଟନିକ-ଭି ଟିକା

ଭାରତକୁ ଋଷ ଦେଲା ଦେଢ ଲକ୍ଷ ସ୍ପୁଟନିକ-ଭି ଟିକା

ଭାରତକୁ ଋଷ ଦେଲା ଦେଢ ଲକ୍ଷ ସ୍ପୁଟନିକ-ଭି ଟିକା
ନୂଆଦିଲ୍ଲୀ: ଦେଶରେ ଆବଶ୍ୟକ କୋଭିଡ ଟିକାର ଅଭାବ ପରିସ୍ଥିତି ସାଙ୍ଗକୁ ଜାରି ରହିଥିବା ବିଶ୍ୱର ବୃହତ୍ତମ ଟିକାକରଣରେ ଗତକାଲିଠାରୁ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ବୟସର ନୂତନ ହିତାଧିକାରୀ ସାମିଲ ହୋଇଛନ୍ତି । ତେବେ ଟିକା ଅଭାବ ଭିତରେ ଏହି ତୃତୀୟ ଦଫା ଟିକାକରଣ ଆଂଶିକ ଭାବେ ଆରମ୍ଭ ହୋଇଥିବା ବେଳେ ଟିକାର ଚାହିଦା ପୂରଣ ପାଇଁ ରୁଷୀୟ ଟିକା ‘ସ୍ପୁଟନିକ-ଭି’ର ଦେଢ଼ ଲକ୍ଷ ମାତ୍ରା ଶନିବାର ଆସି ହାଇଦ୍ରାବାଦରେ ପହଞ୍ଚିବା କିଛି, ଆଶ୍ୱସ୍ତି ଆଣିଛି । ଭାରତୀୟ ଭେଷଜ ନିୟାମକଙ୍କ ଠାରୁ ଆବଶ୍ୟକ ଅନୁମତି ପାଇଲା ପରେ ସେଗୁଡ଼ିକ ବିଭିନ୍ନ ସଂସ୍ଥା ମାଧ୍ୟମରେ ଦେଶର ଏହି ଗଣଟିକାକରଣ ପ୍ରକି୍ରୟାରେ ବିନିଯୋଗ କରାଯିବ ବୋଲି ଉକ୍ତ ଟିକାର ଭାରତୀୟ ବିତରକ ଡ.ରେଡିସ ଲାବରାଟୋରି ପକ୍ଷରୁ କୁହାଯାଇଛି । ସେହିପରି ଆସନ୍ତା କିଛି ସପ୍ତାହ ଭିତରେ ସ୍ପୁଟନିକ ଭିର ଅଧିକ ସଂଖ୍ୟକ ମାତ୍ରା ରୁଷିଆରୁ ଆମଦାନି ହେବ ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ରୁଷିଆରୁ ଉକ୍ତ ଟିକାର ୨୫ କୋଟି ମାତ୍ରା ହାଇଦ୍ରାବାଦ ସ୍ଥିତମୁଖ୍ୟ କାର୍ଯ୍ୟାଳୟ ଆମଦାନି କରିବା ଲାଗି ରାଜିନାମା ହୋଇଛି ।