ଲକଡାଉନକୁ ନେଇ ବ୍ୟସ୍ତ ବିବ୍ରତ ହୁଅନ୍ତୁନି: ସିପି

ଲକଡାଉନକୁ ନେଇ ବ୍ୟସ୍ତ ବିବ୍ରତ ହୁଅନ୍ତୁନି: ସିପି

ଲକଡାଉନକୁ ନେଇ ବ୍ୟସ୍ତ ବିବ୍ରତ ହୁଅନ୍ତୁନି: ସିପି
ଭୁବନେଶ୍ୱର: ଲକଡାଉନ ପରିପ୍ରେକ୍ଷୀରେ ଟୁଇନସିଟି ଲୋକଙ୍କୁ ପୋଲିସ କମିଶନର ରାଜଧାନୀ ବାସୀଙ୍କୁ ଅପିଲ କରିଛନ୍ତି । ସିପି କହିଛନ୍ତି ଯେ, ଲକଡାଉନକୁ ନେଇ ଦ୍ୱୈତ ନଗରୀର ଜନସାଧାରଣ ବ୍ୟସ୍ତ ବିବ୍ରତ ହୁଅନ୍ତୁନି । ବର୍ଦ୍ଧିଂଷ୍ଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଆବଶ୍ୟକତା ଠାରୁ ଅଧିକ ଜିନିଷ ନକିଣିବା ଲାଗି ପରାମର୍ଶ ଦେଲେ । ଆଜି ଏବଂ କାଲି ମଧ୍ୟରେ ଜିନିଷ କିଣି ମହଜୁଦ ରଖିବାକୁ ବ୍ୟସ୍ତ ବିବ୍ରତ ହୁଅନ୍ତୁନି । ଲକଡାଉନ ବେଳେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବାର ବନେ୍ଦାବସ୍ତ ହୋଇଛି । ନିୟମ ଅନୁସାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । କୋଭିଡ ନିୟମ ମାନି ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛନ୍ତି ସିପି । ଲକଡାଉନ ପିରିୟଡରେ ଟିକାକରଣ ଓ ଟେଷ୍ଟିଂ ଲାଗି ପ୍ରତିବନ୍ଧକ ନାହିଁ ବୋଲି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।