୪ ବର୍ଷର ଝିଆରୀଙ୍କୁ ଟାଙ୍ଗିଆରେ ହାରିଦେଲା ନିର୍ଦ୍ଦୟ ଦାଦା

୪ ବର୍ଷର ଝିଆରୀଙ୍କୁ ଟାଙ୍ଗିଆରେ ହାରିଦେଲା ନିର୍ଦ୍ଦୟ ଦାଦା

୪ ବର୍ଷର ଝିଆରୀଙ୍କୁ ଟାଙ୍ଗିଆରେ ହାରିଦେଲା ନିର୍ଦ୍ଦୟ ଦାଦା

ଦେବଗଡ଼: ଯମ ସାଜିଲା ଦାଦା। ଘର ଆଗରେ ଖେଳୁଥିଲା ନିଷ୍ପାପ ୪ ବର୍ଷର ଝିଆରୀଙ୍କୁ ଟାଙ୍ଗିଆରେ ହାଣିଦେଲା। ଆଖି ପିଛୁଳାକେ ଚାଲିଗଲା ଜୀବନ। ସବୁ କିଛି ଠିକ୍ ଚାଲିଥିବା ବେଳେ କାହିଁକି ଏପରି କାଣ୍ଡ ଘଟାଇଲା ଅଭିଯୁକ୍ତ ତାହାର ଜବାବ କାହା ପାଖରେ ନାହିଁ।

ଏଭଳି ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା  ରିଆମାଳ ଥାନା ହେଟଖମାର ଗ୍ରାମରେ ଆଜି ସକାଳେ ଘଟିଛି । ମୃତା ଶିଶୁ ହେଲା ସୁଶାନ୍ତ ଭଇଁସାଙ୍କ ଝିଅ ରୋଜାଲିନ ଭଇଁସା । ଏହି ଘଟଣାରେ ପୁଲିସ୍ ତାଙ୍କ ସାନ ଭାଇ ନାଗାର୍ଜୁନ ଭଇଁସାକୁ ଅଟକ ରଖିଛି ।

ଆଜି ସକାଳେ ରୋଜାଲିନ ଘର ଆଗରେ ଖେଳୁଥିଲା। ଏହି ସମୟରେ ଅତର୍କିତ ଭାବେ  ଦାଦା ନାଗାର୍ଜୁନ ଝିଆରୀ ବେକକୁ ଏକ ଟାଙ୍ଗିଆରେ ୨,୩ ଚୋଟ ମାରିଥିଲା। ଫଳରେ ଛୋଟ ଶିଶୁଟିର ମୁଣ୍ଡ, ଗଣ୍ଡି ଅଲଗା ହୋଇଯାଇଥିବା ବେଳେ ଏହା ଦେଖି ପରିବାର ଲୋକ ଏକ ପ୍ରକାର ସ୍ତବ୍ଧ ହୋଇ ପଡ଼ିଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ପହଞ୍ଚି ନାଗାର୍ଜୁନକୁ ଅଟକ ରଖିଛି।

ସୁଶାନ୍ତ ଓ ନାଗାର୍ଜୁନ ୨ ଭାଇ ହୋଇଥିବା ବେଳେ ଏକାଠି ରୁହନ୍ତି । ପ୍ରାୟ ୧୫ ଦିନ ପୂର୍ବେ ନାଗାର୍ଜୁନ କେଉଁଆଡ଼େ ପଳାଇଥିବା ବେଳେ ପ୍ରାୟ ୭ ଦିନ ପୂର୍ବେ ଘରକୁ ଫେରିଥିଲା। ଏହାପରେ ତା’ଠାରେ ଅସ୍ୱାଭାବିକ ଆଚରଣ ପରିଲକ୍ଷିତ ହୋଇଥିଲା। ହେଲେ ହଠାତ୍ ଆଜି ଏପରି କାଣ୍ଡ ଘଟାଇବ ବୋଲି କେହି ବିଶ୍ୱାସ କରି ପାରୁ ନ ଥିବା ପରିବାର ସଦସ୍ୟ କହିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।