୪ ଦିନ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ନାହିଁ

୪ ଦିନ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ନାହିଁ

୪ ଦିନ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ନାହିଁ

ଭୁବନେଶ୍ୱର : ଆସନ୍ତା ୪ଦିନ ପର୍ୟ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପାଗ ପ୍ରାୟ ଶୁଖିଲା ଓ ଖରାଟିଆ ରହିପାରେ । ମୌସୁମୀ ସକ୍ରିୟ ଥିବାରୁ କିଛି କିଛି ସ୍ଥାନରେ ବର୍ଷାର ବି ସମ୍ଭାବନା ରହିଛି । ଆଜି ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ପାଖାପାଖି ରହିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଉତ୍ତର-ପଶ୍ଚିମ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଝାରଖଣ୍ଡ ଓ ସଂଲଗ୍ନ ବିହାର ଉପରେ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬କିମି ଉପର ପର୍ୟ୍ୟନ୍ତ ପରିବ୍ୟାପ୍ତ ହୋଇଛି । ଅନ୍ୟପକ୍ଷରେ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ପାଣିପାଗର ଏହି ଦୁଇ ନିୟାମକ ପ୍ରଭାବରେ ରାଜ୍ୟରେ ଆଜି ଅଧିକାଂଶ ସ୍ଥାନରେ ବର୍ଷା ହେବ । ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ଅଳ୍ପବହୁତ ବର୍ଷା ଜାରି ରହିବ ।