୩ ଯାଏଁ ପ୍ରବଳ ବର୍ଷା

୩ ଯାଏଁ ପ୍ରବଳ ବର୍ଷା

୩ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୪୮ ଘଣ୍ଟା ଭିତରେ ଉତ୍ତର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତାକାଲିଠାରୁ ୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବେଶି ବର୍ଷିବ ଦକ୍ଷିଣ ଓଡ଼ିଶାରେ । ଯାହାକି ଦକ୍ଷିଣ ଓଡ଼ିଶାରେ ବନ୍ୟା ଆଣିପାରେ । ବନ୍ୟା ଆଶଙ୍କାରେ ସଜାଗ ହୋଇପଡ଼ିଛନ୍ତି ରାଜ୍ୟ ସରକାର । ଆବଶ୍ୟକତା ଅନୁଯାୟୀ ସତର୍କତା ମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସତର୍କ କରାଇଛି ଯେ ଆସନ୍ତା ୧ ରୁ ୩ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ତର ବର୍ଷା ହୋଇପାରେ । ସେହିପରି ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଗଞ୍ଜାମ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ଅଛି । ଲଗାଣ ବର୍ଷା ହେଲେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ ।