୩ ମାସ ବଢିଲା ମେହବୁବା ମୁଫ୍ତିଙ୍କ ଗୃହବନ୍ଦୀ ଅବଧି

୩ ମାସ ବଢିଲା ମେହବୁବା ମୁଫ୍ତିଙ୍କ ଗୃହବନ୍ଦୀ ଅବଧି

ଶ୍ରୀନଗର : ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଗୃହବନ୍ଦୀ ଅବଧିକୁ ପୁନର୍ବାର ତିନି ମାସ ପାଇଁ ବଢାଯାଇଛି । ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରଯାଇଛି । ପିଏସ୍ଏ ଆଇନ ଆଧାରରେ ମୁଫ୍ତିଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଛି । ସଜ୍ଜାଦ ଲୋନ୍ଙ୍କୁ ମୁକ୍ତ କରାଯିବା ପରେ ମୁଫ୍ତିଙ୍କୁ ମୁକ୍ତ କରିବାର ସମ୍ଭାବନା ସୃଷ୍ଟି ହୋଇଥିଲା । ମାତ୍ର କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଛନ୍ତି । ଏହା ଫଳରେ ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ମୁଫ୍ତି ଗୃହବନ୍ଦୀ ରହିବା ସ୍ପଷ୍ଟ ହୋଇଛି । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ପ୍ରଦେଶର ବିଭାଜନ ସମୟରେ ସମସ୍ତ ନେତାଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା । ପିତା ପୁତ୍ର ଯୋଡି ଫାରୁକ୍ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲାଙ୍କୁ ଗିରଫ କରି ଗୃହବନ୍ଦୀ ରଖାଯାଇଥିବା ବେଳେ ଉଭୟଙ୍କୁ ମାର୍ଚ୍ଚ ମାସରେ ଛାଡ କରାଯାଇଥିଲା ।