୩୩ ଜଣ ସ୍କୁଲ୍‌ ପିଲା ପଜିଟିଭ

୩୩ ଜଣ ସ୍କୁଲ୍‌ ପିଲା ପଜିଟିଭ

୩୩ ଜଣ ସ୍କୁଲ୍‌ ପିଲା ପଜିଟିଭ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗର ଜିଲାରେ କରୋନା ସଂକ୍ରମଣ ବଢିଚାଲିଛି। ଗତ ୨୪ ଘଣ୍ଟାରେ ଜିଲାରେ ୧୦୭ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୩ ଜଣ ସ୍କୁଲ୍‌ ପିଲା ଅଛନ୍ତି। ସେହିପରି ସୋମବାର ଜିଲାରେ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସ୍କୁଲ୍‌ ଛାତ୍ର ଥିଲେ। ବର୍ତ୍ତମାନ ଜିଲାରେ ୪୧ ସକ୍ରିୟ ମାମଲା ରହିଛି।

ମଙ୍ଗଳବାର ଦେଶରେ ଦୈନିକ ସଂକ୍ରମଣରେ ହ୍ରାସ ପାଇଛି। ସୋମବାର ଦେଶରେ ୨,୧୮୩ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ୧,୨୪୭ ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଛି।