ଜେଇଇ ପାଇଁ ପୁଣି ସୁଯୋଗ

ଜେଇଇ ପାଇଁ ପୁଣି ସୁଯୋଗ

ଜେଇଇ ପାଇଁ ପୁଣି ସୁଯୋଗ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଇଂଜିନିୟର ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ   ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ)-ମେନ୍ ସେସନ୍-୧ ପାଇଁ ପୁଣିଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀ ଅନଲାଇନ୍ରେ ଆବେଦନ କରିପାରିବେ । ସେହି ଦିନ ରାତି ୧୧ଟା ୫୦ ସୁଦ୍ଧା ଆବେଦନକାରୀ ଅନଲାଇନରେ ଫି’ ଦାଖଲ କରିବେ ।

ଜୁନ୍ ୨୦ରୁ ୨୯ ମଧ୍ୟରେ ଅନୁଷ୍ଠତି ହେବକେୁ ଥିବା ଜେଇଇ-ମେନ୍ ସେସନ୍-୧ ପରୀକ୍ଷାର ଆଡମିଟ୍ କାର୍ଡ ଡାଉନ୍ଲୋଡ, ପରୀକ୍ଷା ଫଳ ପ୍ରକାଶ, ଜେଇଇ ମେନ୍ ସେସନ୍-୨ ପାଇଁ ଆବେଦନ ଆଦି ସମ୍ପର୍କରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ସୂଚନା ଦିଆଯାଇଛି ।