୩୧ ତାରିଖରେ ୯ ଘଣ୍ଟା ବିଦୁ୍ୟତ ସରବରାହ ବିଚ୍ଛିନ୍ନ ହେବ

୩୧ ତାରିଖରେ ୯ ଘଣ୍ଟା ବିଦୁ୍ୟତ ସରବରାହ ବିଚ୍ଛିନ୍ନ ହେବ

୩୧ ତାରିଖରେ ୯ ଘଣ୍ଟା ବିଦୁ୍ୟତ ସରବରାହ ବିଚ୍ଛିନ୍ନ ହେବ
ଭୁବନେଶ୍ୱର: ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଆସନ୍ତା ୩୧ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦୁ୍ୟତ ସରବରାହ ବନ୍ଦ ରହିବ । କେନ୍ଦ୍ରାପଡ଼ାର ମାର୍ଶାଘାଇ, କୋରୁଅ, ମହାକାଳପଡ଼ା, ଲୁଣା ଅଞ୍ଚଳରେ ସକାଳ ୮ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସର୍ବାଧିକ ୯ ଘଣ୍ଟା ଧରି ବିଦୁ୍ୟତ ସରବରାହ ବିଚ୍ଛିନ୍ନ ରହିବ । ସେହିଭଳି ପାହାଳ, ନଖରା, ବାଲିଅନ୍ତା ଅଞ୍ଚଳରେ ସକାଳ ୯ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ, ଢେ଼ଙ୍କାନାଳର ରାଶୋଳ ଓ କଳିଙ୍ଗ ଅଞ୍ଚଳରେ ସକାଳ ୯ ଟାରୁ ଗୋଟାଏ ପର୍ଯ୍ୟନ୍ତ ବିଦୁ୍ୟତ ସରବରାହ ବିଚ୍ଛିନ୍ନ ରହିବ ବୋଲି ସେସୁ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।