୩୦ ସୁଦ୍ଧା ପୁଣି ଲଘୁଚାପ
୩୦ ସୁଦ୍ଧା ପୁଣି ଲଘୁଚାପ
admin
Sep 23, 2020 - 06:58
Updated: Sep 23, 2020 - 06:58
ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୯ କିମ୍ବା ୩୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ସମ୍ଭାବ୍ୟ ଲଘୁଚାପ ପଶ୍ଚିମବଙ୍ଗ ପାଖ ଦେଇ ମିଅାଁମାର କିମ୍ବା ବାଂଲାଦେଶ ଆଡ଼କୁ ଗତି କରିପାରେ । ଓଡ଼ିଶାରେ ଏହା ପ୍ରଭାବରେ ଆସନ୍ତା ଅକ୍ଟୋବର ୩ ଓ ୪ ତାରିଖରେ ବର୍ଷା ସମ୍ଭାବନା ଅଛି । ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକ । ଡକ୍ଟର ପଶୁପାଳକ କହିବାନୁଯାୟୀ ଏବେ ରାଜ୍ୟରେ ଲଗାଣ ବର୍ଷା ସମ୍ଭାବନା ନାହିଁ । ୨୩ ତାରିଖରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୨୫ ଔ ୨୬ ତାରିଖରେ ପୁରୀ ଓ ଖୋର୍ଦ୍ଧାରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ । ବାକି ଉପକୂଳ ଅଞ୍ଚଳରେ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମଡ ଟୁ ବି ୟୁନିଭରସିଟିର ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିଦେ୍ର୍ଧଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏବେ ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ନାହିଁ । ଦିନେ ଦୁଇ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ହୋଇପାରେ । ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ପାଖେଇ ଆସିଲାଣି । ଓଡ଼ିଶାରୁ ସମ୍ଭବତଃ ଅକ୍ଟୋବର ପ୍ରଥମ ସପ୍ତାହ ଶେଷ କିମ୍ବା ଦ୍ୱିତୀୟ ସପ୍ତାହ ପ୍ରାରମ୍ଭରେ ମୌସୁମି ଫେରିଯିବ ।