୩୦ ରନ କଲେ ଭାରତ କରିବ ରେକର୍ଡ

୩୦ ରନ କଲେ ଭାରତ କରିବ ରେକର୍ଡ

୩୦ ରନ କଲେ ଭାରତ କରିବ ରେକର୍ଡ
ବି୍ରସବେନ : ଗାଭାସ୍କର-ବଡର଼୍ର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ୩୨୮ ରନର ଟାର୍ଗେଟ ରଖିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଟିମ ୨୯୪ ରନରେ ଅଲ ଆଉଟ ହୋଇଯାଇଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନ କରିଥିବାବେଳେ ଭାରତ ପ୍ରଥମ ଇନିଂସରେ ୩୩୬ ରନ କରିଥିଲା । ଏବେ ଅଷ୍ଟ୍ରେଲିଆ ୨୯୪ ରନରେ ସୀମିତ ରହିଥିବାରୁ ଭାରତ ଯଦି ୩୨୮ ରନ କରେ ତେବେ ପୁଣି ଏକ ନୂଆ ରେକଡର଼୍ ସୃଷ୍ଟି କରିବ । ତେବେ ଇତିମଧ୍ୟରେ ଭାରତୀୟ ଦଳ ୫ ୱିକେଟ ହରାଇ ୨୬୭ ରନ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ଦ୍ୱିତୀୟ ପାଳିରେ ହାରିସ ୩୮, ୱାର୍ଣ୍ଣର ୪୮, ଲାବୁସଚାଗନେ ୨୫, ସ୍ମିଥ ୫୫, ୱାଡେ଼ ୦, ଗ୍ରୀନ ୩୭ ରନ କରିଛନ୍ତି । ସେହିପରି କ୍ୟାପଟେନ ପେନ ୨୭, ଷ୍ଟାର୍କ ୧, ଲାଏନ ୧୩ ଓ ହାଜଲେଉଡ଼ ୯ ରନ କରି ଆଉଟ ହୋଇଥିଲେ । ଯେତେବେଳେକି କୁମିନସ ୨୮ ରନରେ ନଟଆଉଟ ରହିଥିଲେ । ଭାରତ ପକ୍ଷରୁ ସିରାଜ ୫ ୱିକେଟ ହାସଲ କରିଥିବାବେଳେ ଠାକୁର ୪ ଓ ସୁନ୍ଦର ଗୋଟିଏ ୱିକେଟ ନେଇଛନ୍ତି । ସିରାଜ ୨୦ ଓଭରରେ ୫ ୱିକେଟ ନେଇଥିବାବେଳେ ଠାକୁର ୧୯ ଓଭରରେ ୪ଟି ୱିକେଟ ନେଇଥିଲେ । ୭୬ ଓଭର ମଧ୍ୟରେ ସେମାନେ ଅଷ୍ଟ୍ରେଲିଆକୁ ଅଲଆଉଟ କରିଦେଇଥିଲେ । ଭାରତ ଦ୍ୱିତୀୟ ପାଳିରେ ରୋହିତ ୭, ଗିଲ ୯୧, ପୂଜାରା ୫୬, ରାହାନେ ୨୪, ମୟଙ୍କ ୯ ରନ କରି ଆଉଟ ହୋଇଛନ୍ତି । ଯେତେବେଳେକି ରିଷଭ ପନ୍ତ ୫୮ ରନ ଓ ସୁନ୍ଦର ୭ ରନରେ ନଟଆଉଟ ଅଛନ୍ତି । ବିଜୟ ପାଇଁ ଭାରତୀୟ ଦଳକୁ ୬୭ ବଲରେ ୫୫ ରନର ଆବଶ୍ୟକତା ରହିଛି ।