ଟ୍ୱେଣ୍ଟି-୨୦ ବିଶ୍ୱକପ୍ ପାଇଁ ଗୋଟିଏ ଦ୍ରୁତ ବୋଲର ପଦ ଖାଲି

ଟ୍ୱେଣ୍ଟି-୨୦ ବିଶ୍ୱକପ୍ ପାଇଁ ଗୋଟିଏ ଦ୍ରୁତ ବୋଲର ପଦ ଖାଲି

ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ମାତ୍ର ଗୋଟିଏ ଦ୍ରୁତ ବୋଲର ପଦ ଖାଲି ଅଛି । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟ୍ୱେଣ୍ଟି-୨୦ ପୂର୍ବରୁ ଦେଇଥିବା ସାକ୍ଷାତକାରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏଭଳି ମନ୍ତବ୍ୟ ଦେଇଛନ୍ତି । କୋହଲିଙ୍କ ଏହି ଘୋଷଣା ପରେ ଯଶ୍ପ୍ରୀତ ବୁମରା, ଭୁବନେଶ୍ୱର କୁମାର ଏବଂ ମହମ୍ମଦ ସାମିଙ୍କ ସ୍ଥାନ ଭାରତୀୟ ବିଶ୍ୱ କପ୍ ଦଳରେ ପକ୍କା ହୋଇସାରିଥିବା ସ୍ପଷ୍ଟ ହୋଇଛି । ଭାରତ ପାଖରେ ଥିବା ବିବିଧ ଦ୍ରୁତ ବୋଲିଂ ବିକଳ୍ପ ନେଇ କିନ୍ତୁ କୋହଲି ଖୁସି ଜାହିର କରିଛନ୍ତି । କୋହଲିଙ୍କ ଘୋଷଣା ପରେ ଯୁବ ବୋଲର ଦୀପକ ଚହରଙ୍କ ପାଇଁ ଏବେ ବି ବିଶ୍ୱକପ୍ ଦଳରେ ସ୍ଥାନ ପାଇବାର ସୁଯୋଗ ଥିବା ଅନୁମାନ କରାଯାଉଛି । ଏଥିଲାଗି କିନ୍ତୁ ଅନ୍ୟ କେତେକ ଯୁବ ତାରକାଙ୍କ ସହ ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେବ ।