ଅନ୍ତର୍ଜାତୀୟ ପୁରଷ ଦିବସରେ ରାଇନାଙ୍କୁ ଏମିତି କହିଲେ ପ୍ରିୟଙ୍କା

ଅନ୍ତର୍ଜାତୀୟ ପୁରଷ ଦିବସରେ ରାଇନାଙ୍କୁ ଏମିତି କହିଲେ ପ୍ରିୟଙ୍କା

ଅନ୍ତର୍ଜାତୀୟ ପୁରଷ ଦିବସରେ ରାଇନାଙ୍କୁ ଏମିତି କହିଲେ ପ୍ରିୟଙ୍କା
ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ପୁରୁଷ ଦିବସ । ଏହି ଅବସରରେ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ଉଦେ୍ଧଶ୍ୟରେ ପତ୍ନୀ ପ୍ରିୟଙ୍କା ରାଇନା ଏକ ମେସେଜ ସେୟାର କରିଛନ୍ତି । ରାଇନାଙ୍କୁ ଟ୍ୟାଗ କରି ପ୍ରିୟଙ୍କା ଟ୍ୱିଟ୍ଟରରେ ଏହି ପୋଷ୍ଟ କରିଥିଲେ । ‘ସମାଜରେ ପୁରୁଷ ଏବଂ ମହିଳାଙ୍କ ସମାନ ଭାଗିଦାରୀ ରହିଛି । ସମାଜରେ ପୁରୁଷ ଏବଂ ମହିଳାଙ୍କ ପାଇଁ ସମାନ ପରସ୍ଥିତି ସୃଷ୍ଟି କରିବା ନିମନ୍ତେ ଆଜିର ସମାଜରେ ପୁରୁଷଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅବସରରେ ମୋ ଜୀବନରେ ରହିଥିବା ପୁରୁଷ, ଜଣେ ଭଲ ପୁଅ, ଜଣେ ଭଲ ପତି, ଦେଶର ଗର୍ବ ଏବଂ ଜଣେ ଆଦର୍ଶ ପିତା ସୁରେଶ ରାଇନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜୀବନରେ ଆସିଥିବା ସମସ୍ତ ଭୂମିକାରେ ସେ ନିଜକୁ ନିଖୁଣ ଭାବରେ ପ୍ରତିପାଦିତ କରିଛନ୍ତି । ଏହି ପୋଷ୍ଟ ସହିତ ରାଇନା ନିଜ ପୁଅକୁ ଖେଳାଉଥିବା ବେଳର ଏକ ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା । ରାଇନା ଏବଂ ପ୍ରିୟଙ୍କା ପରସ୍ପରକୁ ୩ ଏପ୍ରିଲ ୨୦୧୫ରେ ବିବାହ କରିଥିବା ବେଳେ ଉଭୟଙ୍କର ଗୋଟିଏ ପୁଅ ଏବଂ ଝିଅ ରହିଛି । ଭାରତୀୟ କ୍ରିକେଟର ସୁରେଶ ରାଇନା ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଥିଲେ । ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ରାଇନା ଭାରତ ପକ୍ଷରୁ ୧୮ଟି ଟେଷ୍ଟ , ୨୨୬ଟି ଦିନିକିଆ ଏବଂ ୭୮ଟି ଟି ୨୦ ମ୍ୟାଚ ଖେଳିଛନ୍ତି । ପ୍ରଥମ ବ୍ୟାଟ୍ସମ୍ୟାନ ଭାବରେ ରାଇନା ଆଇପିଏଲରେ ୫ ହଜାର ରନ ସଂଗ୍ରହ କରିଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ଚଳିତ ସଂସ୍କରଣରୁ ଓହରି ଯାଇଥିଲେ ରାଇନା ।