+୨ ପ୍ରଥମ ବର୍ଷ ପାସ୍ ପାଇଁ ଦୁଇଟି ସୁଯୋଗ

+୨ ପ୍ରଥମ ବର୍ଷ ପାସ୍ ପାଇଁ ଦୁଇଟି ସୁଯୋଗ

+୨ ପ୍ରଥମ ବର୍ଷ ପାସ୍ ପାଇଁ ଦୁଇଟି ସୁଯୋଗ
ଭୁବନେଶ୍ୱର - ଯୁକ୍ତ୨ ପ୍ରଥମ ବର୍ଷ ପାସ୍ କରିବାକୁ ପରୀକ୍ଷାର୍ଥୀଙ୍କୁ ଦୁଇଟି ସୁଯୋଗ ମିଳିବ । ଫେବ୍ରୁଆରି ୧୫ରୁ ୨୯ ଯାଏ ପ୍ରଥମ ସୁଯୋଗ ପରୀକ୍ଷା ଅନୁଷ୍ଠିତ ହେବ । ଉକ୍ତ ପରୀକ୍ଷାରେ ୩୩ ପ୍ରତିଶତରୁ କମ୍ ମାର୍କ ରଖିଥିବା ତଥା ଫେଲ୍ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ପରବର୍ତ୍ତୀ ସମୟରେ ଆଉ ଗୋଟିଏ ସୁଯୋଗ ଦିଆଯିବ । ତେବେ ଏହା ପୂର୍ବରୁ ଫେଲ୍ ପରୀକ୍ଷାର୍ଥୀଙ୍କ ପାଇଁ ରିମେଡିଆଲ୍ କ୍ଲାସ୍ କରାଯିବ । ଏଥିରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଅଧ୍ୟାପକମାନେ ପଢ଼ାଇବେ ଏବଂ ମେ' ମାସ ଶେଷ ସପ୍ତାହରେ ଦ୍ୱିତୀୟ ସୁଯୋଗ ଦିଆଯିବ । ଏଥିରେ ଯଦି ପରୀକ୍ଷାର୍ଥୀ ଫେଲ୍ ହୁଅନ୍ତି ତେବେ ଆଉ ସୁଯୋଗ ମିଳିବ ନାହିଁ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାଶ କହିଛନ୍ତି ଯେ ଯୁକ୍ତ୨ ଦ୍ୱିତୀୟ ବର୍ଷ ତଥା ଦ୍ୱାଦଶ ଶ୍ରେଣୀରେ ଯେଉଁ ଢାଞ୍ଚାରେ ପରୀକ୍ଷା ହେଉଛି ପ୍ରଥମ ବର୍ଷରେ ବି ସମାନ ଢାଞ୍ଚାରେ ପରୀକ୍ଷା ହେବ । ଦ୍ୱାଦଶ ଶ୍ରେଣୀକୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷରେ ଅତିକମ୍ରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ । କଲେଜଗୁଡ଼ିକ ପ୍ରଥମ ବର୍ଷ ପରୀକ୍ଷା ପରିଚାଳନା କରିବେ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟକୁ ପରୀକ୍ଷା ଫଳ ଜଣାଇବେ । ତେବେ ଚୂଡ଼ାନ୍ତ ବିଜ୍ଞପ୍ତି ଖୁବ୍ଶୀଘ୍ର ପ୍ରକାଶ କରାଯିବ ।