୨୭ରେ ନାଗିନ ବାହାଘର

୨୭ରେ ନାଗିନ ବାହାଘର

୨୭ରେ ନାଗିନ ବାହାଘର

ବଲିଉଡରେ ଯେମିତି ଆରମ୍ଭ ହୋଇଯାଇଛି ବିବାହର ଋତୁ । ଯାହାକୁ ଦେଖିବ ଟେଲି ଦୁନିଆରୁ ଆରମ୍ଭ କରି ବଲିଉଡ୍ ଯାଏ ବିବାହ କରିବାରେ ଲାଗିଛନ୍ତି। ବହୁ ନାମୀଦାମୀ କଳାକାରଙ୍କ ବିବାହ ହୋଇ ସାରିଥିବା ବେଳେ ଆହୁରି ଅନେକ ବିବାହ ବାକି ରହିଛି । ସେଥିମଧ୍ୟରୁ ଏବେ ଆଗଧାଡିର ନାୟିକା ତଥା ‘ନାଗିନ୍‌’ ଫେମ୍‌ ମୌନି ରୟ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଟେଲିଭିଜନ ଇଣ୍ଡଷ୍ଟ୍ରି ର ନାଗିନ୍ ଭାବେ ପରିଚିତ ଏବଂ ପରେ ପରେ ବଲିଉଡ଼ରେ ଏଣ୍ଟି୍ର ମାରି ସମସ୍ତଙ୍କ ମନ ଜିଣିଥିବା ମୌନୀ ରୟ ଏବେ ବିବାହ କରିବାକୁ ଯାଉଛନ୍ତି । ମୌନୀ ପ୍ରେମିକ ସୁରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି । କରୋନା କଟକଣା ଭିତରେ ସମସ୍ତ ପ୍ରସ୍ତୁତି ଚାଲିଛି ।

ଖବର ରହିଛି ଯେ ୨୬ ଏବଂ ୨୭ ଜାନୁଆରୀରେ ମୌନି ସୁରଜ ନାମ୍ବିୟାରଙ୍କୁ ଗୋଆରେ ବିବାହ କରିବେ। ହେଲେ ଏବେ ତାଙ୍କର ଅତିଥିଙ୍କ ଲିଷ୍ଟ କମିବା ସହ ଗ୍ରାଣ୍ଡ ପାର୍ଟି ମଧ୍ୟ ହେବ ନାହିଁ ବୋଲି କହିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଏବେ ଶୁଣିବାକୁ ମିଳୁଛି ଯେ ମୌନି-ସୁରଜ ଦୁହିଁଙ୍କ ବିବାହରେ ୫୦ ଜର ଅତିଥି ହିଁ ଆସିବେ ତା ଠାରୁ ଅଧିକ ଆସିବେ ନାହିଁ । ସଂଗୀତ ବଙ୍ଗାଳୀ ରୀତି ନୀତି ଅନୁଯାୟୀ ହେବ ଏବଂ ବିବାହ ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲରେ ହିଁ ହେବ। କାହିଁକିନା ସୁରଜ ସାଉଥ୍‌ ଇଣ୍ଡିଆନ୍‌ ସେଥିପାଇଁ ଉଭୟ ଚାହୁଁଛନ୍ତି ସାଉଥ ଇଣ୍ଡିଆନ୍‌ ଏବଂ ବଙ୍ଗାଳୀ ପରମ୍ପରାରେ ହେବ।

 କିନ୍ତୁ ଦୁହିଁଙ୍କର ଯେଉଁ ଗ୍ରାଣ୍ଡ ରିସେପସନ ହେବାର ଥିଲା ତାହା ଏବେ କ୍ୟାନସେଲ୍ ହୋଇଛି ବୋଲି କୁହାଯାଉଛି। କାହିଁକି ନା ବର୍ତ୍ତମାନ ଲଗାତାର ଦେଶରେ ବଡୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନେ ରିସେପସନ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ସମସ୍ତଙ୍କ ପାଇଁ ଠିକ୍ ହେବ ବୋଲି ଭାବିଛନ୍ତି ।

ଅନ୍ୟପଟେ ଦୁହିଁ ବିବାହ ନେଇ ତାଙ୍କ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଅଛନ୍ତି । ତାଙ୍କ ବିବାହ ଯେତେ ପାଖଉଛି ପ୍ରସ୍ତୁତି ମଧ୍ୟ ଖୁବ୍ ଜୋରସୋରରେ ଚାଲିଛି । ମୌନି ଓ ସୁରଜଙ୍କର ଗୋଆରେ ବିବାହ କରିବେ । ଯେଉଁଥି ପାଇଁ ଦୁହିଁଙ୍କ ବିବାହକୁ ଗୋଆ ବିଚ୍ ବିବାହ କୁହାଯାଉଛି । ଜାନୁୟାରୀ ୨୬ରେ ବିବାହର ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବା ବେଳେ ୨୭ରେ ଦୁହିଁଙ୍କର ବଙ୍ଗାଳୀ ଓ ସାଉଥ ରୀତିନୀତିରେ ହାତ ଗଣ୍ଠି ପଡିବ।ତେବେ ବିବାହର ଫଟୋକୁ ନେଇ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି।