୨୪ ଘଣ୍ଟାରେ ଦେଶରେ ୮୯୫ କରୋନା ମୃତ୍ୟୁ

୨୪ ଘଣ୍ଟାରେ ଦେଶରେ ୮୯୫ କରୋନା ମୃତ୍ୟୁ

୨୪ ଘଣ୍ଟାରେ ଦେଶରେ ୮୯୫ କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ୨୪ ଘଣ୍ଟାରେ ୮୩ହଜାର ୮୭୬କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୯୫ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ଲକ୍ଷ ୨ହଜାର ୮୭୪କୁ ବୃଦ୍ଧି ପାଇଛି ।

  

 ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲାରେ ହ୍ରାସ ପରିଲକ୍ଷିତ ହେଉଛି । ଆଜି ଦେଶରେ କରୋନା ଜନିତ ସକ୍ରିୟ ମାମଲା ରହିଛି ୧୧ଲକ୍ଷ ୮ହଜାରରେ ୯୩୮ରହିଛି । ଦିନକରେ କରୋନାକୁ ଆଉ ୧ଲକ୍ଷ ୯୯ହଜାର ୫୪ ଜଣ ଲୋକ ମାତ ଦେଇଛନ୍ତି । ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୬ଲକ୍ଷ ୬୦ହଜାର ୨୦୨ ରେ ପହଞ୍ଚି ଯାଇଛି । ଅନ୍ୟପଟେ କରୋନାର ମୁକାବିଲା ପାଇଁ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲିଛି । ଏବେ ସୁଦ୍ଧା ଦେଶରେ ଟିକାକରଣ ସଂଖ୍ୟା ୧୬୯କୋଟି  ୬୦ଲକ୍ଷ ଟପିଛି । ସେଥିମଧ୍ୟରେ ୯୦କୋଟିରୁ ଅଧିକ ପ୍ରଥମ ଡୋଜ ନେଇଥିବାବେଳେ ୭୨କୋଟି ୬୦ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ ନେଇଛନ୍ତି ।