ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା

ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା

ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା

ଲୁଧିଆନା: ଚରଣଜିତ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି ପଞ୍ଜାବ ନିର୍ବାଚନ ଲଢ଼ିବ କଂଗ୍ରେସ। ଆଜି ରାହୁଲ ଗାନ୍ଧୀ ପଞ୍ଜାବରେ ଚନ୍ନିଙ୍କୁ  ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି। ଭର୍ଚୁଆଲ୍ ପ୍ରଚାର ବେଳେ ଏ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ। ଏହା ତାଙ୍କ ନିଜର ନିଷ୍ପତ୍ତି ନୁହେଁ, ପଞ୍ଜାବବାସୀଙ୍କର ବୋଲି କହିଛନ୍ତି ରାହୁଲ ।

 ଆଇଭିଆର (ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ) କଲ୍ ମାଧ୍ୟମରେ ପଞ୍ଜାବରେ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ଥିର କରିବାକୁ କଂଗ୍ରେସ ହାଇକମାଣ୍ଡ ଲୋକଙ୍କ ମତାମତ ଲୋଡିବାର କିଛି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଲୋକଙ୍କ ପରାମର୍ଶ ଅନୁଯାୟୀ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିଛି। ଚନ୍ନି ଗରିବ ପରିବାରରୁ ଆସିଥିବାରୁ ସେ ଦାରିଦ୍ର୍ୟକୁ ବୁଝନ୍ତି। ସେଥିପାଇଁ ସେ ଲୋକଙ୍କ କଷ୍ଟ ବୁଝି ଏହାକୁ ଦୂର କରିପାରିବେ। ରାହୁଲଙ୍କ ଏ ଘୋଷଣା ବେଳେ ଲୁଧିଆନା ଭର୍ଚୁଆଲ ରାଲିରେ ରାହୁଲ ଗାନ୍ଧୀଙ୍କ ନବଜୋତ ସିଂହ ସିଦ୍ଧୁ, ଚରଣଜିତ୍ ସିଂହ ଚନ୍ନି ଓ ସୁନୀଲ ଜାଖଡ଼ ଉପସ୍ଥିତ ଥିଲେ ।