୨୪/୨୫ରେ କଂଗ୍ରେସ ପ୍ରାର୍ଥୀ ଚୟନ: ନିରଞ୍ଜନ

୨୪/୨୫ରେ କଂଗ୍ରେସ ପ୍ରାର୍ଥୀ ଚୟନ: ନିରଞ୍ଜନ

୨୪/୨୫ରେ କଂଗ୍ରେସ ପ୍ରାର୍ଥୀ ଚୟନ: ନିରଞ୍ଜନ
ଭୁବେନଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଫାଇଟ । ବିଜେପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆଉ ମାତ୍ର ଏକ ମାସ ସମୟ । ବିଜେପୁର ଲାଗି ନିର୍ବାଚନ କମିଶନ ଆଜି ବିଧିବଦ୍ଧ ଭାବେ ବିଗୁଲ ବଜାଇଛନ୍ତି । ଆଜି ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ଟି ମୁଖ୍ୟ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଗ ଭିଡ଼ିଛନ୍ତି । ପ୍ରାର୍ଥୀ ଚୟନରେ ସବୁ ଦଳ ଲାଗି ପଡ଼ିଛନ୍ତି । ତେବେ ଆସନ୍ତା ୨୪/୨୫ରେ କଂଗ୍ରେସ ତାର ପ୍ରାର୍ଥୀ ଚୟନ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ, ବିଜେପୁର ଉପନିର୍ବାଚନନ ପାଇଁ ରାଜ୍ୟ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଅଛି । ପ୍ରାର୍ଥୀ ଚୟନ ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୪ ସୁଦ୍ଧା କମିଟି ରିପୋର୍ଟ ଦେବ । ସେହି ଦିନ ପ୍ରାର୍ଥୀ ଚୟନ ନେଇ ବୈଠକ ବସିବ । ତେବେ ୨୪ କିମ୍ବା ୨୫ରେ ପ୍ରାର୍ଥୀ ଚୟନ ଶେଷ ହେବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହାଛଡ଼ା ନିର୍ବାଚନରେ ଚାଷୀ ଓ ଜଳସଚନ ସମସ୍ୟା କଂଗ୍ରେସ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ, ୨୦୧୯ ସାଧାରଣ ନିର୍ବାଚନ ପରେ ସବୁ ରାଜନୈତିକ ଦଳ ଲାଗି ବିଜେପୁର ଏସିଡ଼ ଟେଷ୍ଟ । ତେଣୁ ସବୁ ରାଜନୈତିକ ଦଳ ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରାର୍ଥୀ ଚୟନରେ ତିନୋଟି ଯାକ ଦଳ ଲାଗିପଡିଛନ୍ତି । ତେବେ ବିଜେପୁର ବାସୀ କେଉଁ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାର କଥା । ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ ।