୨୨ରୁ ଖସିବ ତାପମାତ୍ରା, ବଢିବ ଶୀତ

୨୨ରୁ ଖସିବ ତାପମାତ୍ରା, ବଢିବ ଶୀତ

୨୨ରୁ ଖସିବ ତାପମାତ୍ରା, ବଢିବ ଶୀତ
ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ତାପମାତ୍ରା ଖସିବ ଓ ରାଜ୍ୟକୁ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ରାଜ୍ୟର ସର୍ବନିମ୍ନ ରାତି୍ର ତାପମାତ୍ରା ସୋନପୁରଠାରେ ୧୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ପାହାଡ଼ିଆ ଅଞ୍ଚଳ ଗୁଡ଼ିକ ମଧ୍ୟରେ କୋରାପୁଟଠାରେ ସର୍ବନିମ୍ନ ୧୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ରାତି୍ରା ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି । ବଙ୍ଗୋପସାଗରୀୟ ଅଞ୍ଚଳରୁ ପୂର୍ବ ତଥା ଉତ୍ତର ପୂର୍ବ ଦିଗରୁ ଉଷ୍ଣ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି ବୋଲି ଶ୍ରୀ ଦାସ କହିଛନ୍ତି । ସେ ଆହୁରି କହିଛନ୍ତି ୨୦ ଓ ୨୧ ତାରିଖ ଆଡ଼କୁ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।