ଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ୩ ରାଉଣ୍ଡ ମତଦାନ
ଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ୩ ରାଉଣ୍ଡ ମତଦାନ
admin
Nov 18, 2020 - 07:22
Updated: Nov 18, 2020 - 07:22
ନୂଆଦିଲ୍ଲୀ: ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ପାଇଁ ୩ ରାଉଣ୍ଡ ବିଶିଷ୍ଟ ମତଦାନ ରହିବ । ଆଇସିସିର ବୋର୍ଡ ଅଫ ଡାଇରେକ୍ଟରମାନେ ଏହି ପ୍ରକି୍ରୟାରେ ସମ୍ପୃକ୍ତ ହୋଇ ସ୍ୱାଧୀନ ଅଧ୍ୟକ୍ଷ ନିର୍ବାଚିତ କରିବେ । ନୁ୍ୟଜିଲାଣ୍ଢର ଗ୍ରେଗ ବାର୍କଲେ ଏବଂ ସିଙ୍ଗାପୁରର ଇମ୍ରାନ ଖୱାଜାଙ୍କ ମଧ୍ୟରୁ କିଏ ଅଧ୍ୟକ୍ଷ ହେବେ ତାହା ସ୍ପଷ୍ଟ ହେବ । ପ୍ରଥମ ଗଣତିରେ ଯଦି ମ୍ୟାଜିକ ସଂଖ୍ୟା ୧୧ ରେ (ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା) କେହି ନପହଞ୍ଚନ୍ତି ସେ କ୍ଷେତ୍ରରେ ତିନି ରାଉଣ୍ଡ ମତଦାନ ଚାଲିବ । ଆଇସିସିର ବାର୍ଷିକ ଚାରି ମାସିଆ ବୈଠକ ସୋମବାରଠାରୁ ଆରମ୍ଭ ହୋଇଯାଇଥିଲା ବେଳେ ବୈଦୁ୍ୟତିକ ମତଦାନ ପ୍ରକି୍ରୟାରେ ୧୬ ବୋର୍ଡ ଅଫ ଡାଇରେକ୍ଟର ସାମିଲ ଅଛନ୍ତି । ସେଥିରେ ପୂର୍ଣ୍ଣକାଳୀନ ସଦସ୍ୟରୁ ୧୨ (ଟେଷ୍ଟ ଖେଳୁଥିବା ଦେଶ), ୩ ସହଯୋଗୀ ରାଷ୍ଟ୍ର ଏବଂ ଜଣେ ସ୍ୱାଧୀନ ମହିଳା ଡାଇରେକ୍ଟର (ପେପସିକୋରର ଇନ୍ଦ୍ରା ନୂୟି) ରହିଛନ୍ତି । ତେବେ ଉଭୟ ବାର୍କଲେ ଓ ଖୱାଜା ପ୍ରଥମ ରାଉଣ୍ଡ ଗଣତିରେ ଆବଶ୍ୟକ ୧୧ ସଂଖ୍ୟା ଛୁଇଁବା ସହଜ ହେବନି ବୋଲି କୁହାଯାଇଛି ।