୨୦୦ ଚୀନୀ ସେନାଙ୍କୁ ଅଟକାଇଲେ ଭାରତୀୟ ଯବାନ

୨୦୦ ଚୀନୀ ସେନାଙ୍କୁ ଅଟକାଇଲେ ଭାରତୀୟ ଯବାନ

୨୦୦ ଚୀନୀ ସେନାଙ୍କୁ ଅଟକାଇଲେ ଭାରତୀୟ ଯବାନ

ନୂଆଦିଲ୍ଲୀ:  ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନ୍ ସେନା ପୁଣି ମୁହାଁମୁହିଁ  ହୋଇଛନ୍ତି । ଗତ ସପ୍ତାହରେ ପାଟ୍ରୋଲିଂ ବେଳେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ  । ୨୦୦ ଚୀନ୍ ସେନା ଏଲ୍ଏସି ଆଡକୁ ମାଡି ଆସୁଥିବା ବେଳେ ଅଟକାଇଥିଲେ ଭାରତୀୟ ଯବାନ  । କମାଣ୍ଡର ସ୍ତରୀୟ ଆଲୋଚନା ପରେ ଚୀନ୍ ସେନା ପଛକୁ ହଟିଥିଲେ  ।

 ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ତୱାଙ୍ଗ ସେକ୍ଟରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା  । ଚୀନର ପାଖାପାଖି ୨୦୦ ସୈନିକ ଏଲ୍ଏସି ପାର କରି ଭାରତୀୟ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ  । ଏହି ସମୟରେ ଦୁଇ ଦେଶର ସୈନ୍ୟବାହିନୀ ମୁହାଁମୁହିଁ ହୋଇଥିଲେ  । କିଛି ଘଂଟା ଧରି ଝଗଡା ଲାଗି ରହିଥିଲା  । ଏଥିରେ କେହି ମୃତାହତ ଆହାତ ହୋଇନଥିବା ସୂଚନା ମିଳିଛି ।