୨୦୦୦ଟଙ୍କିଆକୁ ହଟାଯିବା ଉଚିତ୍

୨୦୦୦ଟଙ୍କିଆକୁ ହଟାଯିବା ଉଚିତ୍

୨୦୦୦ଟଙ୍କିଆକୁ ହଟାଯିବା ଉଚିତ୍

 

ନୂଆଦିଲ୍ଲୀ : ବଜାରରେ ଏବେ ୨୦୦୦ ଟଙ୍କିଆ ନୋଟ କାଁ ଭାଁ ଦେଖିବାକୁ ମିଳୁଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇଦେବା ଲାଗି ବିଜେପି ସାଂସଦ ସୁଶୀଲ କୁମାର ମୋଦି ରାଜ୍ୟସଭାରେ ଦାବି କରିଚନ୍ତି । ସୁଶୀ ମୋଦି କହିଛନ୍ତି, ୧୦୦୦ଟଙ୍କିଆ ନୋଟ୍ ଯେବେ ଅଚଳ ହୋଇଯାଇଛି, ୨୦୦୦ଟଙ୍କିଆ ଆଣିବା ଯଥୋଚିତ୍ ନୁହେଁ । ଏହାଯୋଗୁଁ ନିଶାଦ୍ରବ୍ୟ କାରବାର ଓ ଅର୍ଥ ଠକେଇ ଭଳି ବେଆଇନ କାର୍ଯ୍ୟକଳାପ ବଢିବା ଆଶଙ୍କା ରହିଛି । ତେଣୁ ୨୦୦ଟଙ୍କିଆ ନୋଟ ରଖିଥିବା ଲୋକମାନଙ୍କୁ ଏହାକୁ ଫେରାଇବା ଲାଗି କୁହାଯିବା ଉଚିତ୍ ।


ଥିଲାଗି ସେମାନଙ୍କୁ ୨ବର୍ଷ  ସମୟ ଦିଆଯାଇ ପାରିବ । ସୁଶିଲ ମୋଦି କହିଛନ୍ତି, ୨୦୦୦ ଟଙ୍କିଆ  ଅଧିକାଂଶ ଏଟିଏମରୁ ଉଭାନ ହୋଇସାରିଲାଣି । ଖୁବ୍ ଶୀଘ୍ର ଏହାକୁ ଅଚଳ କରାଯିବା ଗୁଜବ ହେଲାଣି । ସରକାର ଏନେଇ ସ୍ପଷ୍ଟ କରିବା ଦରକାର । ୩ବର୍ଷ ତଳେ ରିଜର୍ଭ ବ୍ୟାଙ୍କ ଏହି ନୋଟର ଛପା ବନ୍ଦ କରିଦେଇଥିବା ମଧ୍ୟ ସେ ଦର୍ଶାଇଛନ୍ତି । ୨୦୧୬ ନଭେମ୍ବରରେ ମୋଦି ସରକାର ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟକୁ ଅଚଳ କରିଦେଇଥିଲେ । ଏହାପରେ ନୂଆ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା ।