୨ଦିନ ପାଇଁ ବନ୍ଦ ହେଲା ବିଡିଏ ଅଫିସ ।

୨ଦିନ ପାଇଁ ବନ୍ଦ ହେଲା ବିଡିଏ ଅଫିସ ।

୨ଦିନ ପାଇଁ ବନ୍ଦ ହେଲା ବିଡିଏ ଅଫିସ ।
ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତଙ୍କ ଦିନକୁ ଦିନ ଉଗ୍ର ହୋଇ ଚାଲିଛି । ଏହା ସହିତ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାର ମୁକାବିଲା ପାଇଁ ବିଡିଏ ଅଫିସକୁ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ଆସନ୍ତା ୨ ଦିନ ପାଇଁ କର୍ମଚାରୀଙ୍କୁ ଅଫିସ ଆସିବାକୁ ମନା କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବିଡିଏ ଅଫିସକୁ ସାନିଟାଇଜ କରାଯିବ । ଏନେଇ ଦୁଇ ଦିନ ପାଇଁ ଅଫିସକୁ ବନ୍ଦ ଘୋଷଣା କରାଯାଇଥିବା ବିଡିଏ ଭାଇସ ଚେୟାରମ୍ୟାନ ପ୍ରେମ ଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି ।