ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ।
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ସରକାରଙ୍କ ପକ୍ଷରୁ ମୃତ୍ୟୁ କାରଣ କ୍ୟାନସର ବୋଲି ଦର୍ଶାଯାଇଛି । ତାଙ୍କ ମୃତ୍ୟୁ କରୋନାଜନିତ ନୁହେଁ ବରଂ ଫୁସଫୁସ ଟର୍ମିନାଲ କ୍ୟାନସର ସହ ମସ୍ତିଷ୍କ ମେଟାଷ୍ଟାସିସ୍ ହେତୁ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୨ ବର୍ଷୀୟ ପୁରୁଷ ବୋଲି ଜଣାଯାଇଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ରାଜ୍ୟରୁ ଆଜି ଆଉ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର ଚିହ୍ନଟ ହୋଇଥିବା ୨୫୧ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୩୧୬ରେ ପହଞ୍ଚିଛି। ଆଜି ଚିହ୍ନଟ ୨୫୧ ପଜିଟିଭ୍ ମଧ୍ୟରୁ ୨୦୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୪୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।