୧୫ ବର୍ଷ ନାବାଳିକା ନାମରେ ଗ୍ୟାସ ସଂଯୋଗ, ପୋଡିଗଲା ପରେ ଫିଟିଲା ଗୁମର
୧୫ ବର୍ଷ ନାବାଳିକା ନାମରେ ଗ୍ୟାସ ସଂଯୋଗ, ପୋଡିଗଲା ପରେ ଫିଟିଲା ଗୁମର
admin
Dec 9, 2019 - 14:04
Updated: Dec 9, 2019 - 14:04
ଭୁବନ/ଢେଙ୍କାନାଳ(ସଞ୍ଜୟ କୁମାର ନାୟକ) - ପ୍ରଥମେ ନାବାଳିକା ନାମ ରେ ଉଜ୍ଜଳା ଗ୍ୟାସ ସଂଯୋଗ । ସେହି ଗ୍ୟାସରେ ରୋଷେଇ କରିବା ସମୟରେ ପୋଡି ହୋଇ ଗୁରୁତରହେବାର ୨୨ ମାସ ବି ଗ୍ୟାସ କଂପାନୀ ସାହାର୍ଯ୍ୟ କରିବାତଦୂରର କଥା ତଦନ୍ତ କରିବାକୁ ନାରାଜ । ସରକାର କିମ୍ବା ଗ୍ୟାସ କଂପାନୀ ଠାରୁ ସାହାର୍ଯ୍ୟ ନପାଇ ଭୁବନ ଠାରେ ଅନୁଷ୍ଟିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ସାହାର୍ଯ୍ୟ ଭିକ୍ଷା କରି ନିରାଶ ହୋଇଛନ୍ତି ପିଡିତା । ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅରଖପାଳ ପଚାଂୟତ ଖୁରୁସିଆ ଗାଁର କରୁଣ କାହାଣୀ । ଖବର ନେବାରେ ଜଣାଯାଏ ଯେ ପତିତ ପାବନ ମଲ୍ଲିକଙ୍କ ୧୭ ବର୍ଷର ଝିଅ ସୈାଭାଗ୍ୟବତୀ । ଯାହା ନାମରେ ୨ ବର୍ଷ ପୂର୍ବେ ଭାରତ ଗ୍ୟାସ ସଂଯୋଗ କରାଯାଇଛି । ଭାରତ ଗ୍ୟାସ କଂପାନୀର ବିତରକ ଜିରାଳ ସ୍ଥିତ ସାଇନାଥ ଗ୍ରାମିଣ ଗ୍ୟାସ ଏଜେନ୍ସି ଠାରୁ ୨୭ଅପ୍ରେଲ.୨୦୧୭ ମସିହାରେ ଗ୍ରାହକ ନଂ ୮୩୬୩୩୭୦୧ ଅଟେ । ଗ୍ୟାସ ସଂଯୋଗର ମାତ୍ର ୧୦ ମାସ ପରେ ୧୮ ଫେବୃୟାରୀ ୨୦୧୮ ରେ ପରୀକ୍ଷା ଦେବା କୁ ପ୍ରସ୍ତୁତ ହେବାକୁ ଯାଉଥିବାସମୟରେ ମା କୁ ସାହାର୍ଯ୍ୟ କରିବାକୁ ଯାଇଥିଲେ । ମା କହିବା ଅନୁଯାୟୀ ଗ୍ୟାସରେ ଭଜା ଭାଜୁଥିଲେ । ପାଖଳ ଖାଇ ପରୀକ୍ଷା ଦେବାକୁ ଯାଇଥାନ୍ତେ । ସୈାଭାଗ୍ୟବତୀଙ୍କୁ ଭାଗ୍ୟ ସହିଲା ନାହିଁ । ଅସାବଧାନତା ଯୋଗୁ ଗ୍ୟାସ ନିଆଁରେ ସୈାଭାଗ୍ୟବତୀର ସ୍କୁଲ ଡ୍ରେସ ଓନିରେ ନିଆଁ ଲାଗିଯାଇଥିଲା । ୫୦ ପ୍ରତିଶତ ପୋଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିସôାଳୟରେ ଭର୍ତ କରାଯାଇଥିଲା କିନ୍ତୁ ଅବସ୍ଥା ସଂଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ୪ ମାସଧରି ଚିକିସôା ଚାଲିବା ପରେ ସାମାନ୍ୟ ସୁସ୍ଥ ହେଲା । ତାଙ୍କର ଚିକିସôା ପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । ଜେଜେ ଙ୍କର ୨ଗୁଣ୍ଠ ଜମି ସହ ଗାଇ ଛେଳି ବିକ୍ରୀ କରିଥିଲେ । ସୈାଭାଗ୍ୟବତୀଙ୍କ ପରିବାର ଅତ୍ୟନ୍ତ ଗରିବ । ପରିବାର କହିଲେ ବିଧବା ମାଆ ନାନୁ ମଲ୍ଲିକ ୮୦ ବର୍ଷିଆ ଜେଜେ ଅଚ୍ୟୁତ ମଳିକ ଓ୧୪ ବର୍ଷିୟ ସାନଭାଇ ସଂଗ୍ରାମ ମଳିକ । ବାପା ପତିତ ମଳିକ ୧୪ ବର୍ଷ ତଳେ ମେଲେରିଆ ରୋଗରେ ପଡି ମୃତ୍ୟୁ ହୋଇଥିଲା । ଏବେ ପରିବାରର ରୋଜଗାର କହିଲେ ଜେଜେ ଓ ବିଧବା ମାଆଙ୍କ ୧୦୦୦ ଟଙ୍କା ଭତା । ୨୦ କେଜି ଚାଉଳ ।ଏଭଳି ପରିସ୍ଥିତିରେ ସୈାଭଗ୍ୟବତୀ ପରିବାର ଉପରେ ଏକ ଭୋଝ ଭଳି । ଚିକିସôା ସମୟର କରଜ ଏଯାଏ ସୁଝା ଯାଇପାରିନି । ଗ୍ୟାସ ନିଆଁରେ ପୋଡି ହେବା ପରେ ସୈାଭାଗ୍ୟବତୀଙ୍କ ମାଆ ବାରମ୍ବାର ସାଇନାଥ ଗ୍ୟାସ ଗ୍ରାମିଣ ବିତରକଙ୍କ ନିକଟକୁ ଯାଇ ନିରାଶରେ ଫେରିଥିଲେ । ତୁମ ଝିଅ ଗ୍ୟାସରେ ପୋଡି ହୋଇନି ବୋଲି କହ କଥାକୁ ଏଢାଇଯାଇଥିଲେ । ଅତ୍ୟନ୍ତ ଗରିବ ପରିବାର କିକର୍ତବ୍ୟ ବିମୁଢ ହୋଇ ଭାଗ୍ୟ କୁ ଆଦରି ରହିଥିଲେ । ନଭେମ୍ବର ୨୫ ତାରିଖରେ ଦିବ୍ୟାଙ୍ଗ ପ୍ରମାଣପତ୍ର ନିମନ୍ତେ ଭୁବନ ଆସି ଦିନସାରା ଅନଲାଇନକୁ ଅପେକ୍ଷା କରି ନିରାଶରେ ଫେରିଥିଲେ । ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲାପାଳ ସ÷÷ାଭାଗ୍ୟବତୀଙ୍କୁ ମାତ୍ର ୨ଜହଜାର ଦେଇ ଦିବ୍ୟାଙ୍ଗ ପ୍ରମାଣପତ୍ର ନିମନ୍ତେ ପରାମର୍ଶ ପଡ୍ରଦାନ କରିଥିଲେ । ଗ୍ୟାସରେ ପୋଡି ହୋଇଥିବା ସୈାଭାଗ୍ୟବତୀ ୧୭ବର୍ଷର ଝିଅ ହୋଇଥିଲେ ବି ଡ୍ରେସ ପିନ୍ଧି ପାରୁନାହାନ୍ତି । ଘରେ ରୁହନ୍ତୁ ବା କୈଣସି ଜାଗାକୁ ଯାଆନ୍ତୁ ସୈାଭାଗ୍ୟବତୀ ଏକ ଧଳା ଲୁଗା ଘୋଡାଇହୋଇରହୁଛନ୍ତି । ପ୍ରଶ୍ନ ଉଠୁଛି ୨ବର୍ଷ ପୂର୍ବେ ଜଣେ ୧୫ ବର୍ଷର ନାବାଳିକା ଝିଅକୁ କିଭଳି ଗ୍ୟାସ ସଂଯୋଗ ଦିଆଯାଇଥିଲା । ମୋଦୀ ସରକାର ଗୋଟିଏ ବର୍ହରେ ବହୁ ଅଯୋଗ୍ୟ ବ୍ୟକ୍ତିଙ୍କୁ ଗ୍ୟାସ ସଂଯୋଗ ଦେଇ ବାଃ ବାଃ ନେବା ପାଇଁ ପ୍ରଚାର ସର୍ବସ୍ୱ ହୋଇଥିବା ଜଣାଯାଇଛି । ଅପରପକ୍ଷେ ଗରିବ ଅନୁସୂଚିତ ଜାତି ର ବିଧବା ମହିଳାଙ୍କ ଝିଅକୁ କିଏ ନ୍ୟାୟ ଦେବ ତାହା ସମୟ କହିବ ।