୧୨୪୮ କେଜି ଗଞ୍ଜେଇ ଜବତ
କନ୍ଧମାଳ: କନ୍ଧମାଳ ଗୋଛାପଡା ପୋଲିସକୁ ସଫଳତା। ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ । ଗୋଛାପଡା ରୁକପଦର ଘାଟିରେ ଦୁଇଟି ପିକଅପ୍ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଥିଲା ପୋଲିସ ।
୧୨୪୮ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ ମାଫିଆ କାମାଗୁଡ଼଼ି ଗାଁର ଚିତ୍ତରଞ୍ଜନ ବଡ଼ଚାଟ୍ ଗିରଫ ହୋଇଛନ୍ତି। ଗଞ୍ଜେଇ ବୌଦ୍ଧ ଜିଲ୍ଲାକୁ ଚୋରାଚାଲାଣ ହେଉଥିବା ସୂଚନା ମିଳିଛି କ୍ଷ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି କ୍ଷ




admin 