୧୧ ରୁ ମେଘୁଆ ପାଗ

୧୧ ରୁ ମେଘୁଆ ପାଗ

୧୧ ରୁ ମେଘୁଆ ପାଗ

ଭୁବନେଶ୍ୱର: ଆସନ୍ତା ୧୧ ରୁ ୧୩ ତାରିଖ ଯାଏ ରାଜ୍ୟରେ ହାଲୁକା ବର୍ଷା ହେବ । ମେଘୁଆ ପାଗ ସହିତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସମେତ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ମଙ୍ଗଳବାର ତାମିଲନାଡୁ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି । ୧୧ ତାରିଖ ରାତିରେ ଏହା ତାମିଲନାଡୁ ସୀମା ଅତିକ୍ରମ କରିବ । ଫଳରେ ୧୧ ରୁ ୧୩ ଯାଏ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ହେବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ.ଶରତ ସାହୁ କହିଛନ୍ତି । ସେହିଭଳି ନଭେମ୍ବର ୧୪ରେ ପୁଣି ଏକ ଲଘୁଚାପ ଆସୁଛି । କେନ୍ଦ୍ରୀୟ ବଙ୍ଗୋପସାଗରାରେ ଏହି ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ।