୧୦ ହଜାର ଟଙ୍କାରେ ୧୫ ଦିନର ଶିଶୁପୁତ୍ର ବିକ୍ରି

୧୦ ହଜାର ଟଙ୍କାରେ ୧୫ ଦିନର ଶିଶୁପୁତ୍ର ବିକ୍ରି

୧୦ ହଜାର ଟଙ୍କାରେ ୧୫ ଦିନର ଶିଶୁପୁତ୍ର ବିକ୍ରି

 ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ସଦର ମହକୁମାରୁ ଆସିଛି ଏକ ଅଭାବନୀୟ ଘଟଣା । ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ମାତ୍ର ୧୦୦ ମିଟର ଦୂର ଶବ ବ୍ୟବଛେଦ ଗୃହ ନିକଟ ଦେଉଳିଗ୍ରାମେଶ୍ୱର ମୁଣ୍ଡା ବସ୍ତିରେ ୧୫ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଇଛି । ବସ୍ତିର ଜଣେ ମହିଳା ଗତ ୨୧ ତାରିଖରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ୧୫ ଦିନର ଏହି ଶିଶୁ ପୁତ୍ରକୁ ସେ ରବିବାର ସକାଳେ ସ୍ଥାନୀୟ ବଳରାମପୁର ପଂଚାୟତ ଅଧୀନ ପୋକପୁର ଗ୍ରାମର ଟୁଲୁ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ତାର ପଡ଼ିଶା ଲୋକଙ୍କୁ ମାତ୍ର ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା ।

୧୦୯୮ ନମ୍ବରକୁ କେହି ପିଲା ବିକି୍ର ହୋଇଛି ବୋଲି ଖବର ଦେଇଥିଲା । ଖବରପାଇ ଚାଇଲ୍ଡ ଲାଇନ୍ କର୍ତୁପକ୍ଷ ଓ ପୋଲିସ୍ ଯାଇ ପିଲାକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇଥିଲେ । ପିଲାକୁ ତା ବାପା ମା ନେବାକୁ ଅମଙ୍ଗ ହେବାରୁ ତାକୁ ସ୍ଥାନୀୟ ଶିଶୁ ଆଶ୍ରମରେ ରଖାଯାଇଛି ।