୧୦୦ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି

୧୦୦ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି

୧୦୦ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି

ଭୁବନେଶ୍ୱର : ବିବାହର ପ୍ରତିଶ୍ରୁତି ଦେଇ ୧୦ ରାଜ୍ୟର ୧୦୦ରୁ ଅଧିକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା କୁଖ୍ୟାତ ଠକକୁ ଗିରଫ କରିଛି ଦିଲ୍ଲୀ ପୁଲିସ । ସେ ହେଲେ  କନ୍ଦୁଝରର ଫରହାନ ତସିର ଖାନ୍ । ୨ ମାସ ହେବ ତାକୁ ପୁଲିସ ଖୋଜୁଥିଲା । ଗୁରୁବାର  ରାତିରେ ଦିଲ୍ଲୀ ପାହାଡଗଞ୍ଜର ଏକ ହୋଟେଲର ପୁଲିସ ତାକୁ ଗିରଫ କରିଥିଲା । ବହୁ ବିବାହ କ୍ଷେତ୍ରରେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କଳା କାରନାମା ଲୋକଙ୍କ ମନରୁ ନ ଲିଭୁଣୁ  ଏବେ  ଫରହାନର କାରନାମା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଫରହାନ ବିବାହିତ ପରିବାରରେ ପତ୍ନୀ ଓ  ଗୋଟିଏ ସନ୍ତାନ ଅଛନ୍ତି ।

ସେ ମାଟ୍ରେମୋନିଆଲ୍ ସାଇଟରେ ବିଭିନ୍ନ ନାମରେ ଅନେକ ଆକାଉଣ୍ଟ ଖୋଲିଥିଲା । ଏମିତି ଢଙ୍ଗରେ ସେ ଓଡିଶା ସମେତ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଗୁଜୁରାଟ, ଦିଲ୍ଲୀ, ପଞ୍ଜାବ, ମୁମ୍ବାଇ ଓ କର୍ଣ୍ଣାଟକର ୧୦୦ଜଣ । କୋଲକାତା ପୁଲିସ ଦିଲ୍ଲୀ ପୁଲିସ ସହଯାଗ କରି ପାହାଡଗଞ୍ଜର ଏକ ହୋଟେଲରେ ଚଢଉ କରି ତାଙ୍କୁ ଗିରଫ କରିଥିଲା । ତା’ଠାରୁ ୫ଟି ମୋବାଇଲ, ୨୦ରୁ ଅଧିକ ସିମ କାର୍ଡ, ୪ଟି ଏଟ୍ଏମ କାର୍ଡ ଜବତ କରି ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।