ୟୁପିଏସସି ପରୀକ୍ଷା ଫଳ, ଓଡ଼ିଶାରୁ କିଏ
ୟୁପିଏସସି ପରୀକ୍ଷା ଫଳ, ଓଡ଼ିଶାରୁ କିଏ

ନୂଆଦିଲ୍ଲୀ : ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି । ୟୁପିଏସସିର ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଶ୍ରୁତି ଶର୍ମା ପରୀକ୍ଷାରେ ୧ ନମ୍ବର ସ୍ଥାନ ହାସଲ କରିଛି । ପ୍ରଥମ ତିନୋଟି ସ୍ଥାନରେ ଝିଅମାନେ ରହିଛନ୍ତି । ଷ୍ଟିଫେନ୍ସ କଲେଜ ଏବଂ ଜେଏନୟୂରେ ଶ୍ରୁତି ପଢୁଥିଲେ । ସିଭିଲ ସର୍ଭିସ ପରୀକ୍ଷାରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୧୮୦ ଜଣ ଆଇଏଏସ, ୨୦୦ ଜଣ ଆଇପିଏସ, ୩୭ ଜଣ ଆଇଏଫଏସ ହୋଇଛନ୍ତି ।
ଓଡ଼ିଶାର ପରୀକ୍ଷାର୍ଥୀମାନେ ମଧ୍ୟ ସିଭିଲି ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି । ୬୩ ର୍ୟାଙ୍କରେ ରହିଛନ୍ତି କାର୍ତିକ ପାଣିଗ୍ରାହୀ । ୮୬ ର୍ୟାଙ୍କରେ ରହିଛନ୍ତି ସୌରଭ କୁମାର ଅଗ୍ରୱାଲ । ୨୩୨ ର୍ୟାଙ୍କରେ ରହିଛନ୍ତି ବିଶ୍ୱ ବିଶ୍ରୁତ ତ୍ରିପାଠୀ । ଏହାଛଡ଼ା ୨୭୩ ର୍ୟାଙ୍କରେ ସମୀର କୁମାର ଜେନା ରହିଥିବା ଜଣାପଡ଼ିଛି । ଓଡ଼ିଶାର ସମୀର କୁମାର ଜେନା ୨୭୩ ର୍ୟାଙ୍କ ପାଇଛନ୍ତି । ସେହିପରି ୩୦୬ ର୍ୟାଙ୍କରେ ରହିଛନ୍ତି ସୌମ୍ୟରଞ୍ଜନ ପ୍ରଧାନ । ଏହାଛଡ଼ା ହର୍ଷିତ ମେହେର ୩୭୬ ର୍ୟାଙ୍କରେ ଥିବାବେଳେ ୫୧୩ ର୍ୟାଙ୍କରେ ମାନସ ରଞ୍ଜନ ସାହୁ ରହିଛନ୍ତି