ହୋମଗାର୍ଡଙ୍କ ଦରମା ବଢାଇବାକୁ ଅପରାଜିତାଙ୍କ ଦାବି

ହୋମଗାର୍ଡଙ୍କ ଦରମା ବଢାଇବାକୁ ଅପରାଜିତାଙ୍କ ଦାବି

ହୋମଗାର୍ଡଙ୍କ ଦରମା ବଢାଇବାକୁ ଅପରାଜିତାଙ୍କ ଦାବି
ଭୁବନେଶ୍ୱର: ଓଡିଶା ହୋମଗାର୍ଡଙ୍କ ଦରମା ବୃଦ୍ଧି ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଦାବି କରିଛନ୍ତି । ସଂସଦରେ ପ୍ରସଙ୍ଗ ଉଠାଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନିକଟରେ ଦାବି ରଖିଲେ । ସାଂସଦଙ୍କ ଦାବିରେ ରହିଛି ଯେ, ଓଡିଶାରେ ପ୍ରାୟ ୧୭ ହଜାର ହୋମଗାର୍ଡ କାର୍ଯ୍ୟରତ ଅଛନ୍ତି । ସେମାନେ ଦୈନିକ ମାତ୍ର ୩୦୦ ଟଙ୍କ ଭତା ପାଉଛନ୍ତି , ଯାହା ବହୁତ କମ୍ ଅଟେ । ଓଡିଶା ହାଇକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ଦୈନିକ ୫୩୩ ଟଙ୍କା ପାଇବା କଥା ବୋଲି ସାଂସଦ ପ୍ରକାଶ କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏହାର ବିଚାର କରନ୍ତୁ ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି ।